କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅଭାବନୀୟ ଘଟଣା । ୩ ଦିନରେ ଗଲାଣି ୨୮ଜଣଙ୍କ ଜୀବନ ।

179

କନକ ବ୍ୟୁରୋ: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ୩ ଦିନରେ ଗଲାଣି ୨୮ ଜଣଙ୍କର ଜୀବନ । ରୋଗୀଙ୍କୁ ବେଡ୍ ମିଳୁନଥିବା ବେଳେ ଚିିକିତ୍ସା ପାଇଁ ନେବାକୁ ପଡୁଛି ଅନୁମତି । ଚିକିତ୍ସା ଅଭାବରୁ ଘରୋଇ ମେଡ଼ିକାଲ ଉପରେ ରୋଗୀ ନିର୍ଭର କରୁଥିବା ଅଭିଯୋଗ ହୋଇଛି । ତେବେ ପଛୁଆ ଅଞ୍ଚଳରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଳା ସମେତ ଛତିସଗଡ଼ ରାଜ୍ୟର ଲୋକେ ଏହା ଉପରେ ନିର୍ଭର କରୁଛନ୍ତି । ମେଡ଼ିକାଲ କଲେଜ ହସ୍ପିଟାଲରେ ୩୫୦ ବେଡ଼ ରହଥିବା ବେଳେ ପାଖାପାଖି ୭୦୦ରୁ ଅଧିକା ରୋଗୀ ଦିନକୁ ଆସୁଛନ୍ତି । ସବୁ ପ୍ରାଥମିକ ମେଡ଼ିକାଲରୁ ରେଫର ହୋଇ ଏହି ମେଡ଼ିକାଲକୁ ଆସନ୍ତି । ଏଠାରେ ଆଧୁନିକ ଯନ୍ତ୍ରପାତି ରହିଛି ହେଲେ ତାହା କେବଳ ନାମକୁ ମାତ୍ର । ଚିକିତ୍ସା ଅଭାବରୁ ରୋଗୀଙ୍କୁ ମେଡ଼ିକାଲ ନିକଟରେ ଥିବା ଘରୋଇ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡ଼ୁଛି । ବାହାରୁ ସୁନ୍ଦର ଦେଖାଯାଉଥିବା କୋରାପୁଟ ମେଡ଼ିକାଲ କଲେଜର ଭିତରି ଦୃଶ୍ୟ ସମସ୍ତ ପ୍ରକାର ବାସ୍ଥବତାକୁ ବୟାନ କରୁଛି ।