ଘନ କୁହୁଡି ବଳୟରେ ରାଜଧାନୀ ! ସାଧାରଣ ଜୀବନ ବାଧାପ୍ରାପ୍ତ

114

କନକ ବ୍ୟୁରୋ : ଘନ କୁହୁଡି ବଳୟରେ ରାଜଧାନୀ । ସକାଳୁ ସକାଳୁ ଧୂଆଁଳିଆ କୁହୁଡି ଘେରି ରହିଛି ରାଜଧାନୀ ଭୁବନେଶ୍ୱରକୁ । ଖାଲି ଭୁବନେଶ୍ୱର ନୁହେଁ ଆଖପାଖ ଅଂଚଳରେ ମଧ୍ୟ ଦେଖା ଦେଇଛି ଘନ କୁହୁଡି । ଭୋର ୫ଟାରୁ ଧୂଆଁଳିଆ କୁହୁଡିର ବହଳ ଆସ୍ତରଣ ଯୋଗୁ ନାହିଁ ନ’ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଲୋକେ । ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ରାସ୍ତାରେ ଯାତାୟତ କରୁଥିବା ଗାଡି ମୋଟର ଲାଇଟ୍ ଜଳାଇ ଯାଉଥିବା ଦେଖିବାକୁ ମିଳିଛି । ଦିନ ୯ଟା ପର୍ଯ୍ୟନ୍ତ ମଧ୍ୟ କୁହୁଡିର ପ୍ରଭାବ କମି ନ’ଥିବା ଦେଖାଯାଇଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :