ଗୁଜରାଟରେ ପ୍ରଳୟଙ୍କାରୀ ବନ୍ୟା ! ମୃତ୍ୟୁ ସଂଖ୍ୟା ୧୮୬କୁ ବୃଦ୍ଧି
କନକ ବ୍ୟୁରୋ : ଗୁଜୁରାଟରେ ସୃଷ୍ଟି ହୋଇଛି ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି । ଉତ୍ତର ଗୁଜୁରାଟର ବନସକଂଟ । ପଟାନ୍ ଜିଲ୍ଲାରେ ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୧୮୬କୁ ବୃଦ୍ଧି ପାଇଲାଣି । ଗତକାଲି ବନ୍ୟା ପାଣିରେ ଫସିି ରହିଥିବା ୧୭ ଜଣଙ୍କୁ ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କରାଯାଇଥିବା ବେଳେ ବନସ ନଦୀରେ ଭାସିଯାଇଥିବା ୨୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗୁଜରାଟରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବନ୍ୟା ସୂଚନା ପାଇଁ ୨୪ ଘଂଟିଆ କଂଟ୍ରୋଲ ରୁମ୍ ଖୋଲାଯାଇଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଆଗାମୀ ୫ ଦିନ ପାଇଁ କ୍ୟାଂପ କରିଛନ୍ତି । ଗୁଜୁରାଟରେ ଏହା ଚଳିତ ଶତାବ୍ଦୀର ସବୁଠାରୁ ଭୟଙ୍କର ବନ୍ୟା ବୋଲି କହିଛନ୍ତି ରୂପାନୀ ।