ଅତି ସମ୍ବେଦନଶୀଳ ଭୂମିକମ୍ପ ଜୋନରେ ଯାଉଛି ଭାରତର ୨୯ଟି ସହର !

62

ଦେଶର ରାଜଧାନୀ ଦିଲ୍ଲୀ ତଥା ୯ ଟି ରାଜ୍ୟର ରାଜଧାନୀ ସହିତ ଭାରତର ୨୯ ଟି ସହର ଭୂମିକମ୍ପ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ତଥା ଏନସିଏସ୍ ଅନୁସାରେ ଏହି ସବୁ ସହର ଗୁଡ଼ିକ ଭୂମିକମ୍ପ ପାଇଁ ଗମ୍ଭୀର ଓ ଅତି ଗମ୍ଭୀର ଜୋନ ଅନ୍ତର୍ଗତ । ଏଥିରୁ ପ୍ରାୟତଃ ସ୍ଥାନ ହିମାଳୟ କ୍ଷେତ୍ରରେ ଆସେ ।

ଦିଲ୍ଲୀ, ପାଟଣା(ବିହାର), ଶ୍ରୀନଗର(ଜାମ୍ମୁକଶ୍ମୀର), କୋହିମା(ନାଗାଲାଣ୍ଡ), ପୁଡ଼ୁଚେରୀ, ଗୁଆହାଟୀ (ଆସାମ),ଗ୍ୟାଙ୍ଗଟକ(ସିକିମ), ଶିମଲା(ହିମାଚଳ ପ୍ରଦେଶ), ଡେରାଡ଼ୁନ(ଉତ୍ତରାଖଣ୍ଡ), ଇମ୍ପାଲ(ମଣିପୁର) ଓ ଚଣ୍ଡୀଗଡ଼ ଆଦି ସହର ଭୂମିକମ୍ପ ଜୋନ ୪ ଓ ୫ ଅନ୍ତର୍ଗତ ଆସନ୍ତି । ଏହି ସହରର ଜନସଂଖ୍ୟା ୩ କୋଟିରୁ ଅଧିକ ।

ଏନସିଏସର ନିର୍ଦ୍ଦେଶକ ବିନୀତ ଗୋହଲାତ କହିଛନ୍ତି ଭୂମିକମ୍ପ ରେକର୍ଡ଼, କ୍ଷତି, ଟେକ୍ନୋଲୋଜି ଆକ୍ଟିଭେସନକୁ ଧ୍ୟାନରେ ରଖି ଦେଶର ବିଭିନ୍ନ କ୍ଷେତ୍ରକୁ ୨ରୁ ୫ ଟି ଜୋନରେ ଭାଗ କରାଯାଇଛି । ଭୂମିକମ୍ପର ତୀବ୍ରତା ତଥା ଭୂମିକମ୍ପ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସହରରକୁ ଭାଗ କରୁଥିବା ଏନସିଏସ ଭାରତୀୟ ମୌସମ ବିଭାଗ ଅନୁସାରେ ଆସେ ।

ଭୂମିକମ୍ପର ଜୋନ ୪ ଓ ୫ କ୍ରମଶଃ ଗମ୍ଭୀର ଓ ଅତି ଗମ୍ଭୀର ଶ୍ରେଣୀରେ ଆସେ । ଜାମ୍ମୁକାଶ୍ମୀରର କିଛି ଅଞ୍ଚଳ , ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଗୁଜରାଟର କିଛି ଅଂଶ, ଉତ୍ତର ବିହାର କିଛି ଅଞ୍ଚଳ ଓ ଆଣ୍ଡାମାନ ନିକୋବରର ଦ୍ୱୀପ ସମୂହ ଭୁମିକମ୍ପ ଜୋନ ୫ ଅନ୍ତର୍ଗତ । ଏହାସହ ଜାମ୍ମୁକାଶ୍ମୀରର ଅନ୍ୟ କିଛି ଅଞ୍ଚ, ସିକିମ, ଉତ୍ତର ତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ରର ଏକ ଛୋଟ ଅଂଶ ଭୂମିକମ୍ପ ଜୋନ ୪ ଅନ୍ତର୍ଗତ ।

୨୦୦୧ରେ ଗୁଜରାଟର ଭୁଜରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ପ୍ରାୟ ୨୦,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା ଯାହା ୪ ସ ୫ ନମର ଜୋନରେରେ ଆସୁଛି । ପୃଥ୍ୱୀ ବିଜ୍ଞାନ ମନ୍ତ୍ରାଳୟ ସଚିବ ଏନ. ରାଜିବନ କହିଛନ୍ତି ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଦା ଦେଶର ଆଉ ୩୧ ଟି ଭୂମିକମ୍ପ ପ୍ରବଣ ସହର ଠାବ କରାଯିବ । ବର୍ତ୍ତମାନ ସମୟରେ ଭୂମିକମ୍ପ ସହରର ପତ୍ତା ଲଗାଇ ଚିହ୍ନଟ କରାଯାଉଥିବା ଏନ. ରାଜିବନ ପ୍ରକାଶ କରିଛନ୍ତି ।