ପୁଣି ବାର ଭିତରେ ଫୁଟିଲା ଗୁଳି । ୧୪ ମୃତ, ୩ ଗୁରୁତର

197

କନକ ବ୍ୟୁରୋ : ସାଉଥ ଆଫ୍ରିକା ସୋବେଟେ ସିଟିର ଜୋହନସବର୍ଗ ନିକଟରେ ଥିବା ଏକ ବାରରେ କେହିଜଣେ ଅଜ୍ଞାତ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇଛି । ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ଏଭଳି ଘଟଣା ରବିବାର ୧୨.୩୦ ରେ ଘଟିଥିବା ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ସୂଚନା ଦେଇଛି ।

ସୂଚନା ମୁତାବକ ସ୍ୱେଟା ଟାଉନସିପ ନିକଟରେ ଥିବା ବାରରେ ଲୋକମାନେ ଖାଉଥିବା ବେଳେ କିଛି ଲୋକ ଏକ ମିନିବସରେ ଆସି ଆଖିବୁଜା ଗୁଳି ଚଳାଇଥିଲେ । ଓଲୋଣ୍ଡୋ ପୋଲିସ ଷ୍ଟେସନର କମାଣ୍ଡର ବ୍ରିଗେଡିୟରଙ୍କ କହିବା ମୁତାବକ ଏବେ ପୋଲିସ ସମସ୍ତ ଆହତ ମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇଛି । ମୃତ ଲୋକଙ୍କର ପରିଚୟ ଜାଣିବା ପାଇଁ ପୋଲିସ ଚେଷ୍ଟା କରୁଥିବା ବେଳେ ଘଟଣା ବାବଦରେ ଯାଂଚ ଆରମ୍ଭ କରିଛି ।