ଦୀପାବଳି ରାତି ୮ଟାରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି: ପୂର୍ବରୁ, ପରେ ବାଣ ଫୁଟାଇଲେ ଦେବାକୁ ପଡ଼ିବ ଜରିମାନା

292

କନକ ବ୍ୟୁରୋ: କରୋନା ପ୍ରକୋପ କମିଥିବାରୁ ଧୁମଧାମରେ ଦୀପାବଳି ପାଳିିବାକୁ ଲୋକେ ଅପେକ୍ଷା କରି ରହିଛନ୍ତି । ବେପାରୀ ମଧ ବାଣ ବିକ୍ରି କରି କିଛି ରୋଜଗାର କରିବାକୁ ଆଶା ବାନ୍ଧିଛନ୍ତି । ଏହି ସମୟରେ କମିସନରେଟ ପୁଲିସ କଟକ ଓ ଭୁବନେଶ୍ୱରରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଛି । ଦୀପାବଳି ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି ।

ଦୀପାବଳି ଦିନ ମାତ୍ର ୨ ଘଂଟା ବାଣ ଫୁଟାଇବାକୁ ଅନୁମତି ରହିଛି   

ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇ ପାରିବେ

ଏହା ପୂର୍ବରୁ କିମ୍ବା ପରେ ବାଣ ଫୁଟାଇଲେ ଜରିମାନା 

ସେହିପର ବାଣ ବିକ୍ରି ପାଇଁ କମିସନରେଟ ପୁଲିସ ପକ୍ଷରୁ ରାଜଧାନୀର ୩୦ଟି ଖୋଲାସ୍ଥାନ ଚିହ୍ନଟ କରାଯାଇଛି । କେବଳ ସ୍ୱୀକୃତିପ୍ରାସ୍ତ ବ୍ୟବସାୟୀ ବାଣ ବିକ୍ରି କରିପାରିବେ । ଚିହ୍ନଟ ସ୍ଥାନ ଛଡା ଅନ୍ୟ କେଉଁଠି ବାଣ ବିକ୍ରି ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହାଛଡା ଅନଲାଇନ ବାଣ ବିକ୍ରି ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

ବେଆଇନ ବାଣ କାରବାର ଉପରେ ଚଢାଉ 

ଦୁଇ ଦିନରେ ୫୦ ଲକ୍ଷ ଟଙ୍କାର ବାଣ ଜବତ    

ଦୀପାବଳି ମଉକାରେ କିଛି ଅସାଧୁ ବେପାରୀ ବେଆଇନ ବାଣ ବିକ୍ରି ପାଇଁ ପସରା ମେଲିଛନ୍ତି । ରାଜଧାନୀର ୧ ନଂବର ୟୁନିଟ ହାଟ ପରିସରରେ ବେଆଇନ ବାଣ ବିକ୍ରି ଖବର ପାଇ ଚଢାଉ କରିଥିଲା କମିସନରେଟ ପୁଲିସ । ଚଢାଉ ବେଳେ ୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ ହୋଇଛି । ସେପଟେ ଗଂଜାମ ଜିଲ୍ଲା ଆସିକା ଥାନା ନଳବଂଟା ଗାଁରେ ବେଆଇନ ବାଣ ପ୍ରସ୍ତୁତି କରି ବିକ୍ରି କରାଯାଉଥିଲା । କୌଣସି ସୂତ୍ରରୁ ପୁଲିସ  ଖବର ପାଇ ଅତର୍କିତ ଚଢ଼ାଉ କରି, ୪୦ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଛି । ଜଣେ ବ୍ୟବସାୟୀ ଗିରଫ ହୋଇଥିଲା ବେଳେ ୧୦ ଜଣ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ବାଣ ବଜାର ଉପରେ ବାତ୍ୟାର ଭୟ

ବର୍ଷା ଧୋଇନେବ କି ଦୀପାବଳିର ଖୁସି? 

ଗୋଟିଏ ପଟେ ବାଣ ବଜାର ଉପରେ କଟକଣା ଓ ଅନ୍ୟପଟେ ରହିଛି ବାତ୍ୟା, ବର୍ଷାର ଭୟ । ଦୀପାବଳୀ ସମୟରେ ବାତ୍ୟା ଆସୁଥିବା ଖବର ଶୁଣି, ଲୋକେ ବାଣ ବଜାରରୁ ମୁହଁ ଫେରାଇ ନେଉଛନ୍ତି ।ଦୀପାବଳିରେ ଯେମିତି ବାଣ ବିକ୍ରି ହେବ ବୋଲି ବ୍ୟବସାୟୀ ଆଶା ରଖିଥିଲେ, ସେଭଳି ବିକ୍ରି ହେଉ ନାହିଁ । ସେପଟେ ବାତ୍ୟା ଖବରକୁ ନେଇ ଖୋର୍ଦ୍ଧା କୋଦୁଅବେରଣୀର ଦୀପ କାରିଗର ମଧ୍ୟ ଚିନ୍ତାରେ ପଡିଛନ୍ତି । ବଜାରରେ କଲିକତାର ସୁନ୍ଦର ଦୀପ ଶସ୍ତାରେ ମିଳୁଛି, ଲୋକେ ଦୀପ ଅପେକ୍ଷା ଲାଇଟରେ ଘର ସଜେଇବାକୁ ଚାହୁଁଛନ୍ତି । ତେଣୁ ପୁବ ର୍ ଭଳି ସ୍ଥାନୀୟ କାରିଗରଙ୍କ ଦୀପ ଭଲ ବିକ୍ରି ହୋଇପାରୁନି । ଏପରେ ସମୟରେ ବାତ୍ୟା ଖବର ବେପାରକୁ ସଂପୂର୍ଣ୍ଣ ମାନ୍ଦା କରିଦେଇଥିବା କୁମ୍ଭକାର ପରିବାର କହିଛନ୍ତି ।