ଜେଇଙ୍କୁ ଉଠବସ୍ କରାଇବା ଘଟଣା । ପାଟଣାଗଡ଼ ବିଧାୟକ ସରୋଜଙ୍କ ପାଇଁ ବଢ଼ିଲା ଅଡୁଆ, ଥାନାରେ ଏତଲା ଦେଲେ ପତ୍ନୀ ।

833

କନକ ବ୍ୟୁରୋ: ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେରଙ୍କ ପାଇଁ ବଢ଼ିଲା ଅଡୁଆ । ସର୍ବସମ୍ମୁଖରେ ଯନ୍ତ୍ରୀଙ୍କୁ ଉଠବସ୍ କରାଇବା ନେଇ ନାଁରେ ଥାନାରେ ଏତଲା ସହକାରୀ ଯନ୍ତ୍ରୀଙ୍କ ଧର୍ମ ପତ୍ନୀ । କନିଷ୍ଠ ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କ ପତ୍ନୀ ପ୍ରବୀଣା ରାଜହଂସ ପାଟଣାଗଡ଼ ଥାନାରେ ବିଧାୟକଙ୍କ ନାଁରେ ଏତଲା ଦାୟର କରିଛନ୍ତି । ପ୍ରବୀଣାଙ୍କ କହିବା ମୁତାବକ, ଗତକାଲିଠାରୁ ସ୍ୱାମୀଙ୍କୁ ବିଧାୟକଙ୍କ ଲୋକ ଘରୁ ଡ଼ାକିନେଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏପରିକି ସ୍ୱାମୀଙ୍କୁ ଅପହରଣ କରାଯାଇଥିବା ଆଶଙ୍କା ନେଇ ଥାନାରେ ଏତଲା ଜରିଆରେ ଜଣାଇଛନ୍ତି ବୋଲି କହିଛନ୍ତି ଯନ୍ତ୍ରୀଙ୍କ ପପ୍ରବୀଣା ।

ସେପଟେ ଆଜି ଗଣମାଧ୍ୟମରୁ ହିଁ ସ୍ୱାମୀଙ୍କୁ ନିର୍ଯାତନା ଦିଆଯାଇଥିବା ଖବର ପାଇଥିଲେ ବୋଲି କହିଛନ୍ତି ପ୍ରବୀଣା । ଗତକାଲିଠାରୁ ସ୍ୱାମୀ ଘରକୁ ଫେରିନଥିବା ବୋଲୀ ଅଭିଯୋଗ ଆଣିଛନ୍ତି । ଏକରିକି ତାଙ୍କୁ ଜାତିଆକ୍ଷେପ ନେଇ ନିର୍ଯାତନା ଦିଆଯାଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି ସହକାରୀ ଯନ୍ତ୍ରୀଙ୍କ ପତ୍ନୀ ପ୍ରବୀଣା ।

ଅନ୍ୟପଟେ ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର । ସେ କହିଛନ୍ତି, ଗତକାଲି ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ବାଧ୍ୟ ହୋଇ ତାଙ୍କୁ ପଦକ୍ଷେପ ନେବାକୁ ପଡିଥିଲା । କିଛି କରିନଥିଲେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥାନ୍ତା ବୋଲି କହିଛନ୍ତି ପାଟଣାଗଡର ନବ ନିର୍ବାଚିତ ବିଧାୟକ । ତେବେ ଏପରି ଘଟଣା ପାଇଁ ଦୁଃଖପ୍ରକାଶ କରିଛନ୍ତି ସରୋଜ ମେହେର ।

ସୂଚନା ଅନୁଯାୟୀ, ନିମ୍ନ ମାନର ରାସ୍ତା କାମ ପାଇଁ ରାସ୍ତା ଉପରେ ସହକାରୀ ଯନ୍ତ୍ରୀଙ୍କୁ ତାଗିଦ୍ କରିବା ସହ ଉଠବସ୍ କରାଇଥିଲେ ନବ ନିର୍ବାଚିତ ପାଟଣାଗଡ ବିଧାୟକ ସରୋଜ ମେହେର । ମଂଡନରୁ ବେଲପଡାକୁ ନିର୍ମାଣ ହୋଇଥିବା ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ନେଇ ଦେଖିବା ପରେ ତାତି ଉଠିଥିଲେ ବିଧାୟକ । କୋଦାଳରେ ଖୋଳିଲେ ବି ପିଚୁ ଉଠିଯାଉଛି । କେବଳ ସେତିକି ନୁହଁ ହାତରେ ପିଚୁ ଖଣ୍ଡକୁ ଟାଣିଲେ ବି ଖଣ୍ଡ ଖଣ୍ଡ ହୋଇ ଉଠିଯାଉଛି । ଏପରି ରାସ୍ତା ନିର୍ମାଣ କାମ ଦେଖିବା ପରେ, ପାଟଣାଗଡ ବିଧାୟକ, ଏହି ରାସ୍ତା କାମର ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀଙ୍କୁ ଉଠବସ୍ କରାଇଥିଲେ ।