‘ଫିଫା’ ର ଆକ୍ସନକୁ ସାରା ଦେଶରୁ ବିରୋଧ । ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ କହିଲେ ସୁପ୍ରିମକୋର୍ଟ

276

କନକ ବ୍ୟୁରୋ : ଇଣ୍ଟରନ୍ୟାସନାଲ ଫେଡରେସନ ଅଫ ଆସୋସିଏସନ ଫୁଟବଲ ବା ଫିଫା ଦ୍ୱାରା ଅଖିଳ ଭାରତୀୟ ଫୁଟବଲ ଆସୋସିଏସନକୁ ବ୍ୟାନ କରାଯିବା ପରେ କ୍ରୀଡା ଦୁନିଆରେ ହଇଚଇ ସୃଷ୍ଟି ହୋଇଛି । ଏହି ବ୍ୟାନ ଫଳରେ ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ ଉପରେ ବି ଏହାର ପ୍ରଭାବ ପଡିବ ବୋଲି କୁହାଯାଇଛି । ଏବେ ଏହି ମାମଲା ସୁପ୍ରିମକୋର୍ଟରେ ଥିବା ସରକାର ବି ଏହା ଉପରେ ଆକ୍ଟିଭ ମୋଡକୁ ଆସିଛନ୍ତି । ସୁପ୍ରିମକୋର୍ଟ ତରଫରୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ଏହି ବ୍ୟାନକୁ ହଟାଇବାକୁ ସରକାର ତୁରନ୍ତ ଆକ୍ସନ ନିଅନ୍ତୁ ।

କହିରଖୁ କି ବୁଧବାର ଦିନ ସୁପ୍ରିମକୋର୍ଟରେ ଫିପା ସହିତ ଜଡିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା । ଏଥିରେ କେନ୍ଦ୍ର ସରକାରଙ୍କ ତରଫରୁ କୋର୍ଟକୁ ସୂଚିତ କରାଯାଇଥିଲା କି କ୍ରୀଡା ମନ୍ତ୍ରଣାଳୟ ଲାତଭାବେ ଫିଫା ସହିତ ସଂପର୍କରେ ରହିଛି ଓ ଏହି ମାମଲାର ସମାଧାନ କରିବାକୁ ପ୍ରୟାଶ ଜାରି ରଖିଛି ।

ସୁପ୍ରିମକୋର୍ଟ ଅଦାଲତରେ ଏହି ମାମଲାର ଶୁଣାଣି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ହୋଇଛି । କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନରଲ ତୁଷାର ମେହଟ୍ଟା ଅଦାଲତକୁ ସୂଚନା ଦେଇଛନ୍ତି କ୍ରୀଡା ମନ୍ତ୍ରଣାଳୟ ତରଫରୁ ଫିଫା ସହିତ ବୈଠକ ହୋଇଛି । କିଛି କଥାବାର୍ତ୍ତା ଆଗକୁ ବଢିଥିବା ବେଳେ ଏବେ ବି ଆଲୋଚନା ଜାରି ରହିଥିବା କଥା ସେ କହିଛନ୍ତି ।

ଶୁଣାଣି ବେଳେ ଜଷ୍ଟିସ ଚନ୍ଦ୍ରଚୁଡ କହିଛନ୍ତି ଦେଶକୁ ୧୭ର ବୟସରୁ କମ୍ ମହିଳା ବିଶ୍ୱକପର ଲାଭ ମିଳିବା ଦରକାର । ଏବେ କେବଳ ଏହି ମାମଲାର ସମାଧାନ ଉପରେ ଆମର ଫୋକସ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୨ ତାରିଖରେ ହେବ ବୋଲି କୁହାଯାଇଛି ।

 

ଭାରତର ଫୁଟବଲ ଖେଳ ସମ୍ବନ୍ଧୀୟ ସମସ୍ତ ମାମଲା ଅଖିଳ ଭାରତୀୟ ଫୁଟବଲ ଆସୋସିଏସନ ଦ୍ୱାରା ହୋଇଥାଏ । ହେଲେ ଫିଫାର କହିବା କଥା କି ଏବେ ଏହି ସଂସ୍ଥା ସମ୍ପୂର୍ଣ୍ଣ ଭାବେ ତୃତୀୟ ପକ୍ଷର ଦଖଲରେ ରହିଛି । ଯେତେବେଳେ ପର୍ଯନ୍ତ ଅଖିଳ ଭାରତୀୟ ଫୁଟବଲ ଆସୋସିଏସନର ନିଜସ୍ୱ ସମ୍ବିଧାନ ଲାଗୁ ନ ହୋଇଛି ସେପର୍ଯ୍ୟନ୍ତ ଫିଫା ଭାରତକୁ ବ୍ୟାନ କରି ରଖିବ ।