ମାସକ ତଳେ ହୋଇଥିଲା ବାହାଘର, ଦୁର୍ଘଟଣାରେ ନିଖୋଜ ହୋଇଯାଇଛନ୍ତି ବିହାରର ଅଖିଳେଶ । ପୁଅକୁ ଖୋଜି ଖୋଜି ନୟାନ୍ତ ବାପା ଓ ଭାଇ , ମିଳୁନି ପତ୍ତା

214

କନକ ବ୍ୟୁରୋ: ଗତ ମାସ ୭ ତାରିଖରେ ହୋଇଥିଲା ବାହାଘର । ଆଜି ବାହାଘରକୁ ମାସେ ପୁରିଛି । ହେଲେ କାଳ ରାତିର ସେ ଦୁର୍ଘଟଣା ପରେ ପୁଅକୁ ଖୋଜି ଖୋଜି ବିହାରରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବାପା । ହେଲେ ମିଳୁନି ପତ୍ତା ।

ସୂଚନା ଅନୁସାରେ ବାହାଘରର କିଛି ଦିନ ପରେ କିଛି କାମ ଆଶାରେ ଚେନ୍ନାଇ ଯାଉଥିଲେ ବିହାରର ଅଖିଳେଶ କୁମାର ଯାଦବ । ଦୁର୍ଘଟଣା ପରେ ସେ କୁଆଡ଼େ ନିଖୋଜ ହୋଇଯାଇଥିବା ବେଳେ ପୁଅ ଫଟୋ ଧରି ଭୁବନେଶ୍ୱରରେ ପହଂଚିଛନ୍ତି ବୁଢ଼ା ବାପା । ଏ ହସ୍ପିଟାଲରୁ ସେ ହସ୍ପିଟାଲ ପୁଅର ଫଟୋ ଧରି ଖୋଜି ବୁଲୁଛନ୍ତି । ମୃତକଙ୍କ ତାଲିକାରେ ନା ପୁଅକୁ ପାଉଛନ୍ତି ନା ଆହତଙ୍କ ତାଲିକାରେ । ଶେଷରେ ଡିଏନଏ ଟେଷ୍ଟ ପାଇଁ ନମୂନା ଦେଇ ପୁଅର ଶେଷ ଠିକଣାକୁ ଅପେକ୍ଷା କରିଛନ୍ତି ବାପା ।