କୁଚିଣ୍ଡାରେ ବର୍ଷା ପାଇଁ ଚାଷୀ କଲେ ଇନ୍ଦ୍ର ପୂଜା। ଚାଷ ଜମିରେ ହେଲା ହୋମଯଜ୍ଞ। 

47

କନକ ବ୍ୟୁରୋ: ଜଳ ବହୁଳେ ସୃଷ୍ଟି ନାସ, ଜଳ ବହୁଳେ ସୃଷ୍ଟି ନାସ । କେଉଁଠି ବର୍ଷା ପାଇଁ ବନ୍ୟା ପରିସ୍ଥିତି ତ ଆଉ କେଉଁଠି ବର୍ଷା ନଥିବାରୁ ଶୁଖିଲା ପଡିଛି ଚାଷ ଜମି । ଜଗତସିଂହପୁର ଓ କୋଣାର୍କରେ ସମୁଦ୍ର ଜୁଆର ମାଡରେ ରାସ୍ତା ଓ ଭ୍ୟୁ ଟାୱାର କ୍ଷତିଗ୍ରସ୍ତ ହୋଇଛି । ଲଘୁଚାପ ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ହେଉଛି । କେତେକ ସ୍ଥାନରେ ପୋଲ ଉପରେ ପାଣି ପ୍ରବାହିତ ହେଉଛି । ଆଉ ଏହାରି ଭିତରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ଆସିଛି ଏକ ଭିିନ୍ନ ଚିତ୍ର । ଏଠାରେ  ବର୍ଷା ପାଇଁ ପୂଜା କରାଯାଉଛି । ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କରିଥିବା ବେଳେ ଚାଷୀ ଇନ୍ଦ୍ର ପୂଜା କରିଛନ୍ତି ।

କୁଚିଣ୍ଡା ଉପଖଣ୍ଡରେ କେଉଁଠି କେତେବେଳେ କାଁ ଭାଁ ସାମାନ୍ୟ ବର୍ଷା ହେଉଛି । ତାହା ଚାଷ ପାଇଁ ପର୍ଯ୍ୟାପ୍ତ ହେଉନାହିଁ । ତେଣୁ ମହୁଲପାଲି ଥାନା ଲାଙ୍ଗପୋଷ ଗାଁରେ ଇନ୍ଦ୍ର ପୂଜା ଚାଲିଛି । ଲୋକଙ୍କ ବିଶ୍ୱାସ ରହିଛି, ଇନ୍ଦ୍ର ଦେବଙ୍କୁ ପୂଜା କଲେ କାଳେ ବର୍ଷା ହେବ ଓ ଉଜୁଡି ଯାଉଥିବା ଫସଲ ରକ୍ଷା ପାଇଯିବ । ତେଣୁ ଗାଁରେ ସମସ୍ତେ ମିଶି ଇନ୍ଦ୍ର ଦେବଙ୍କୁ ପୂଜା କରୁଛନ୍ତି । ଦୁଇ ତିନି ବର୍ଷ ହେବ ଏମିତି ପୂଜା କରିଆସୁଛନ୍ତି ଗ୍ରାମବାସୀ ।