ଫେସବୁକ୍ ବ୍ୟବହାରକାରୀଙ୍କୁ ବିପଦ! ଭିଡିଓ ଦେଖିବାକୁ କହି ସାଇବର ଅପରାଧୀ ପଠାଉଛନ୍ତି ଲିଙ୍କ ତା’ପରେ ହ୍ୟାକ୍ କରିନେଉଛନ୍ତି ସବୁ ତଥ୍ୟ

373

କନକ ବ୍ୟୁରୋ: ସ୍ମାର୍ଟ ଫୋନ୍ ଓ ଇଣ୍ଟରନେଟ୍ ୟୁଜର୍ସ ମାନେ ଯେତେ ସତର୍କ ହେଉଛନ୍ତି ତାଙ୍କ ଠାରୁ ବଳି ପଡୁଛନ୍ତି ସାଇବର ଠକ । ଏବେ ସେମାନେ ନୂଆ ନୂଆ ଉପାୟରେ ଅପରାଧ ଘଟାଇବା ଆରମ୍ଭ କଲେଣି । ସ୍ଥିତି ଏଭଳି ଅବସ୍ଥାରେ ପହଞ୍ଚଛି ଯେ, ଗୋଟିଏ ପଟେ ପୋଲିସ ଭିଡିଓ ଓ ମେସେଜ୍ ଜରିଆରେ ଏ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରୁଛି । ଅନ୍ୟପଟେ ସାଇବର ଅପରାଧୀମାନେ ନୂଆ ନୂଆ ଜ୍ଞାନକୌଶଳ ଅପଣାଇ କେବଳ ୟୁଜର୍ସଙ୍କ ତଥ୍ୟ ହ୍ୟାକ୍ କରୁଛନ୍ତି ତା’ ନୁହେଁ ବରଂ ସେମାନଙ୍କୁ ଆକାଉଣ୍ଟକୁ ଖାଲି କରିଦେଉଛନ୍ତି । ଆଉ ତା’ ପରେ ଆରମ୍ଭ ହେଉଛି ବ୍ଲାକମେଲିଙ୍ଗ ।

ମାତ୍ର ଗୋଟିଏ କ୍ଲିକ୍ । ତାପରେ ହ୍ୟାକ୍ ହୋଇଯାଉଛି ଫେସବୁକ୍ ଓ ଇନଷ୍ଟାଗ୍ରାମର ସବୁ ଇନଫରମେସନ୍ । ଏହାପରେ ସାଇବର ଅପରାଧୀ ୟୁଜର୍ସଙ୍କ ଏହି ସୋସିଆଲ ମିଡିଆକୁ ନିଜ କବଜାକୁ ନେଇ ନିଜ ଇଚ୍ଛାରେ ଚଲାଉଛନ୍ତି । ଏପରି ଭାବେ ରାଜ୍ୟରେ ଶହଶହ ୟୁଜର୍ସଙ୍କ ଫେସବୁକ୍ ହ୍ୟାକ୍ ହେବା ଘଟଣା ଏବେ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । ହ୍ୱାଟ୍ସଆପ୍ ପରେ ଏବେ ଫେସବୁକ୍ ହ୍ୟାକ୍ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ବେଶି କରି ବଡବଡିଆଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଅପରାଧୀ । ନିକଟରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଫେସବୁକ୍ ପେଜ୍ , ଇନଷ୍ଟାଗ୍ରାମ ହ୍ୟାକ୍ ଘଟଣା ଚର୍ଚ୍ଚାକୁ ଆସିଥିଲା ।

କେମିତି ହେଉଛି ହ୍ୟାକ୍?
ପ୍ରଥମେ ଫେସବୁକ୍ ବନ୍ଧୁଙ୍କ ଠାରୁ ମେସେଞ୍ଜରରେ ଏକ ଲିଙ୍ଗ ଅସୁଛି । ମେସେଞ୍ଜର, ହ୍ୱାଟ୍ସଆପରେ ଲିଙ୍କ୍ ଆସୁଛି । ଆପଣଙ୍କୁ ଏହି ଭିଡିଓ ଦେଖିବାକୁ କୁହାଯାଉଛି । ଥରେ ଏହି ଲିଙ୍କ ଉପରେ କ୍ଲିକ୍ କଲେ ଫେସବୁକ୍ ୟୁଜର ଆଇଡି, ଓ ପାସୱାର୍ଡ ଦେବା ପାଇଁ କୁହାଯାଉଛି । କ୍ଲିକ୍ କଲେ ହ୍ୟାକ୍ ହେଉଛି ଫେସବୁକ୍, ଇନଷ୍ଟାଗ୍ରାମ୍ ଚୋରୀ ହୋଇଯାଉଛି ମୋବାଇଲ, ଇ-ମେଲର ଗୋପାନୀୟ ତଥ୍ୟ ।
ଅନେକ ସୋସିଆଲ ମିଡିଆ ୟୁଜର୍ସଙ୍କ ପାସୱାର୍ଡ ସମାନ ରହିଥାଏ । ଏହାକୁ ଆଧାର କରି ଇମେଲ ଖୋଲିବାକୁ ଚେଷ୍ଟା କରନ୍ତି ହ୍ୟାକର । ସମାନ ପାସୱାର୍ଡ ମିଳିଗଲେ ସେମାନେ ଇ-ମେଲ୍ ଭିତରେ ପଶି ସବୁ ଗୋପନୀୟ ତଥ୍ୟ ଚୋରାଇ ନିଅନ୍ତି । ଯେପରିକି, ବ୍ୟାଙ୍କ, ଇନସ୍ୟୁରାନ୍ସ ମେଲ, ଆଧାର, ପାନ୍ କାର୍ଡ ସବୁକିଛି ହ୍ୟାକ୍ କରିନିଅନ୍ତି । ୟୁଜର୍ସଙ୍କ ସ୍ମାର୍ଟ ଫୋନ୍ ସହ ଇମେଲ ଲିଙ୍କ ଲିଙ୍କ ହୋଇଥିବାରୁ ତଥ୍ୟା ଚୋରାଇ ନେବାକୁ ସେମାନଙ୍କୁ ବେଶି ସମୟ ଲାଗିନଥାଏ ।

କେମିତି ବର୍ତ୍ତିବେ?
ସାଇବର ବିଶେଷଜ୍ଞଙ୍କ କହିବା ମୁତାବକ, ମେସେଞ୍ଜରରେ ଏହିଭଳି ଆସୁଥିବା ଭିଡିଓକୁ କ୍ଲିକ୍ କରନ୍ତୁ ନାହିଁ । ଯଦି ବି ଏପରି ଭୁଲ କରିଦେଉଛନ୍ତି ତାହେଲେ ତୁରନ୍ତୁ ବଦଳାନ୍ତୁ ନିଜର ଫେସବୁକ୍ ୟୁଜର ଆଇଡି, ପାସୱାର୍ଡ ଏହାସହ କରାଇନିଅନ୍ତୁ ଟୁ-ଷ୍ଟେପ୍ ଭେରିଫିକେସନ୍ ।
ଦିନକୁ ଦିନ ଏଭଳି ଅପରାଧ ରାଜ୍ୟରେ ବଢୁଥିଲେ ବି ପୋଲିସ ଓ କ୍ରାଇମବ୍ରାଞ୍ଚ ଏନେଇ କୌଣସି ଦୃଢ ପଦେକ୍ଷେପ ଗ୍ରହଣ ନକରିବାକର ବାସ୍ତବରେ କ୍ଷୋଭର ବିଷୟ ।