ଆଫଗାନିସ୍ତାନର ରୁଷ ଦୂତାବାସ ନିକଟରେ ବିସ୍ଫୋରଣ: ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା

95

କନକ ବ୍ୟୁରୋ: ବିସ୍ଫୋରଣରେ ଦୋହଲିଲା ଆଫଗାନିସ୍ତାନ ରାଜଧାନୀ କାବୁଲ । କାବୁଲ ସ୍ଥିତ ରୁଷ ଦୂତାବାସ ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଛି । ଘଟଣାରେ ଏବେ ସୁଦ୍ଧା ରୁଷ ଦୂତାବାସର ଦୁଇଜଣ କୁଟନୀତିଜ୍ଞଙ୍କ ସହ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସୂଚନା ଅନୁସାରେ ଆକ୍ରମଣକାରୀମାନେ ଦୂତାବାସର ସୁରକ୍ଷାକର୍ମୀଙ୍କୁ ଗୁଳି କରି ହତ୍ୟା କରିବା ପରେ ବିସ୍ଫୋରଣ କରିଥିଲେ । ଗତ ଗୋଟେ ମାସ ଭିତରେ ୫ଥର ଭୟଙ୍କର ବିସ୍ଫୋରଣରେ ଥରିଛି କାବୁଲ ।