ସେତୁର ସତ୍ୟତା ନେଇ ପ୍ରମାଣ ନଥିବା ସରକାରଙ୍କ ବୟାନକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ । ଟୁଇଟ କରି ତାତ୍ସଲ୍ୟ ସହ ପ୍ରଶ୍ନ କଲା କଂଗ୍ରେସ

484

କନକ ବ୍ୟୁରୋ : ପୁଣି ଥରେ ଚର୍ଚ୍ଚାକୁ ଆସିଛି ରାମସେତୁ । ଭାରତ ଓ ଶ୍ରୀଲଙ୍କାକୁ ଯୋଡୁଥିବା ଏହି ସେତୁର ଅସ୍ତିତ୍ୱକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଦାବି କରାଯାଇଛି । ପୂର୍ବରୁ ରାମସେତୁଙ୍କୁ ନେଇ ରାଜନୀତି ମଧ୍ୟ ହୋଇଛି । ବିଶେଷ କରି ବିଜେପି-କଂଗ୍ରେସ ମଧ୍ୟରେ ବୟାନବାଜୀ ଦେଖିବାକୁ ମିଳେ । ଏବେ ପୁଣି ଥରେ ସେମିତି କିଛି ଦେଖିବାକୁ ମିଳିଛି । ରାମସେତୁକୁ ନେଇ କୌଣସି ଠୋସ୍ ପ୍ରମାଣ ନାହିଁ । ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ନିକଟରେ ଏହି ବୟାନ ଦେଇଥିଲେ । ବୟାନକୁ ନେଇ ଏବେ କଂଗ୍ରେସ ଓ ବିଜେପି ମଧ୍ୟରେ ବୟାନବାଜୀ ଆରମ୍ଭ ହୋଇଛି ।

ରାଜ୍ୟସଭାରେ ବିଜେପି ସାଂସଦ କାର୍ତିକେୟ ଶର୍ମା ରାମସେତକୁ ନେଇ ପ୍ରଶ୍ନ ପଚାରିଥିଲେ । ଏହାର ଜବାବ ରଖି କେନ୍ଦ୍ରମନ୍ତ୍ରୀ କହିଥିଲେ ରାମସେତୁର ଇତିହାସ ୧୮ହଜାର ବର୍ଷ ପୁରୁଣା କିନ୍ତୁ ଏହା ସତ୍ୟତାକୁ ନେଇ କୌଣସି ଠୋସ ପ୍ରମାଣ ନାହିଁ । ଏହି ବୟାନକୁ ନେଇ କଂଗ୍ରେସ ନେତା ପୱନ ଖେଡା ଟୁଇଟ କରି ସରକାରଙ୍କୁ ସମାଲୋଚନା କରିଛନ୍ତି । ସେପଟେ ରାଜ୍ୟସଭା ସାଂସଦ ରାଜ୍ୟବର୍ଦ୍ଧନ ରାଠୋଡ ପୱନ ଖେଡାଙ୍କୁ ଟୁଇଟର ଜବାବ ରଖିଛନ୍ତି ।