ସିବିଆଇ ରିମାଣ୍ଡରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମଡି ଚନ୍ଦା କୋଚର ଓ ତାଙ୍କ ସ୍ୱାମି । ଚନ୍ଦା ଓ ଦୀପକଙ୍କ ମୁଣ୍ଡ ଉପରେ ରହିଛି ୩ଶହ କୋଟି ଟଙ୍କାର ମନି ଲଡ୍ରିଂ ମାମଲା

74

କନକ ବ୍ୟୁରୋ : ବ୍ୟାଙ୍କ ରୁଣ ଦୁର୍ନୀତି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦ୍ରାକୋଚର ଓ ତାଙ୍କ ସ୍ୱାମୀଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଠକେଇ ଓ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ଶୁକ୍ରବାର ଏହି ଦମ୍ପତିଙ୍କୁ ଗିରଫ କରିଥିଲା ସିବିଆଇ । ଏକ ଋଣ ଠକେଇ ମାମଲାରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । କୋଚର ଆଇସିଆଇସିଆଇ ବ୍ୟାଙ୍କ ମୁଖ୍ୟ ଥିବା ବେଳେ ୨୦୧୨ରେ ଭିଡିଓକନ୍ ଗ୍ରୁପକୁ ୩ହଜାର ୨୫୦ କୋଟି ଋଣ ଜାଲିଆତି ହୋଇଥିଲା ।

ବ୍ୟକ୍ତିଗତ ଲାଭ ଆଶାରେ ଚନ୍ଦା ଋଣ ପ୍ରଦାନ କରିଥିବା ନେଇ ଅଭିଯୋଗ ହୋଇଥିଲା । କାରଣ ଭିଡିଓକନ୍ କମ୍ପାନୀରେ ତାଙ୍କ ସ୍ୱାମୀ କାମ କରୁଥିଲେ । ଏହି ଅଭିଯୋଗରେ ଚାନ୍ଦାଙ୍କୁ ସିଇଓ ପଦରୁ ହଟାଯାଇ ବହିଷ୍କୃତ କରାଯାଇଥିଲା । ଶୁକ୍ରବାର ଗିରଫ ପରେ ପତି-ପତ୍ନୀଙ୍କୁ ସିବିଆଇ ମୁଖ୍ୟକାର୍ଯ୍ୟାଳୟକୁ ନିଆଯାଇଥିଲା । ହେଲେ ସେଠାରେ ତଦନ୍ତରେ ସହଯୋଗ କରିନଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଶବିନାର ଦମ୍ପତିଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି ସିବିଆଇ ।