ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସଂପର୍କରେ ଖୋଳତାଡ଼ । ଅଧିକ ପଚରାଉଚରା ପାଇଁ ଆଜି ଏସଟିଏଫ କରିପାରେ ରିମାଣ୍ଡ ଆବେଦନ, ସିଡିଆର ରିପୋର୍ଟ ଖୋଲିବ ଆତଙ୍କୀ ଲିଙ୍କ୍

163

କନକ ବ୍ୟୁରୋ : ଯାଜପୁରର ନେଉଲପୁରରୁ ଗିରଫ ସନ୍ଦିଗ୍ଧ ଯୁବକ ସୟଦ ଇଶାନ ବୁଖାରୀ ମାମଲାର ଆକ୍ସନରେ କ୍ରାଇମବ୍ରାଞ୍ଚ ଏସଟିଏଫ । ଇଂଟେଲିଜେନ୍ସ ବ୍ୟୁରୋ ଓ ଏନଆଇଏ ଅଧିକାରୀଙ୍କ ସହ ବୈଠକ କରିଛନ୍ତି କ୍ରାଇମବ୍ରାଂଚ ଆଇଜି । କାଶ୍ମୀର ଓ ପଞ୍ଜାବ ପୋଲିସ ସହ ତଥ୍ୟ ଆଦାନପ୍ରଦାନ କରାଯାଇଛି । ଟେରର ଲିଙ୍କ ନେଇ ଚାଲିଛି ପ୍ରମାଣ ଖୋଜା । ସିଡିଆର ଓଅନ୍ୟ ଡକୁମେଣ୍ଟକୁ ବିଶ୍ଳେଷଣ କରାଯାଇଛି । ୬ଟି ଆକାଉଣ୍ଟରେ ଟେରର ଫଣ୍ଡି ନେଇ ସୁରାକ ପାଇଛି ତଦନ୍ତକାରୀ ଅଧିକାରୀ । ଏସଟିଏଫ ତଦନ୍ତ ବେଳେ ବୁଖାରୀ ଅନେକ ମିଛ କହୁଥିବାରୁ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ । ଏସଟିଏଫ ସନ୍ଦେହ କରୁଛି, କେରଳକୁ ଯୁବକଙ୍କୁ ପଠାଉଥିଲା ବୁଖାରୀ । ଏ ନେଇ ମିଳିଛି କିଛି ଚାଟ୍ ଓ ପ୍ରମାଣ । ତାରିକ ମାସୁଦ ସହ ହୋଇଥିବା ଚାଟ୍ ଡିଲିଟ କରିଛି ବୁଖାରୀ । ଏହାକୁ ରିଟ୍ରିଭ ପାଇଁ ସାଇବର ବିଶେଷଜ୍ଞଙ୍କ ସହାୟତା ନେଇଛି ଏସଟିଏଫ ।

ତଦନ୍ତବେଳେ ବୁଖାରୀରର ବିବାହକୁ ନେଇ ବଡ ଖୁଲାସା ହୋଇଛି । ୭ ଜଣଙ୍କୁ ବିବାହ କରିଥିବାବେଳେ ୧୨ ଜଣଙ୍କୁ ବିବାହ ପାଇଁ କରୁଥିଲା ଯୋଜନା ।
-ବିବାହ କରିଥିବା ମହିଳାଙ୍କୁ ଧର୍ମ ପରିବର୍ତ୍ତନ ନେଇ ବାଧ୍ୟ କରୁଥିଲା ଅଭିଯୁକ୍ତ
-୨ ନେପାଳୀ ମହିଳାଙ୍କୁ ବିବାହ କରିଥିଲା ଅଭିଯୁକ୍ତ
-ସେମାନଙ୍କ ଫୋନରେ ପାକିସ୍ତାନକୁ ତଥ୍ୟ ବିନିମୟ କରିଥିବା ସୂଚନା

ଏପଟେ ତଦନ୍ତକୁ ଏସଟିଏଫ ଜୋରଦାର କରିଥିବାବେଳେ ଯାଜପୁରରେ ରହୁଥିବା ବୁଖାରରୀ ସ୍ତ୍ରୀ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ସ୍ଥାନୀୟ ଏକ ଘରୋଇ ସ୍କୁଲ । ଶିକ୍ଷୟିତ୍ରୀ ପଦରୁ ତାଙ୍କୁ ବହିଷ୍କାର କରାଯାଇଛି । ବହିଷ୍କାର ନେଇ ଚିଠି ଜାରି କରିଛନ୍ତି ସ୍କୁଲ କର୍ତୃପକ୍ଷ । ତଦନ୍ତ ବେଳେ ଏହା ମଧ୍ୟ ଜଣାପଡିଛି ବୁଖାରୀର ଜଣେ ସମ୍ପର୍କୀୟ ଭାଇକୁ ପୂର୍ବରୁ ଆତଙ୍କବାଦୀ ଲିଙ୍କରେ ଗିରଫ କରିଥିଲା ପୁଲିସ । ବୁୁଖାରିର ହ୍ୱାଟସଅପ ଚାଟରୁ ଗୁରୁତ୍ୱପୁର୍ଣ ତଥ୍ୟ ମିଳିଥିଲା ବୋଲି କହିଥିଲା ଏସଟିଏଫ । ଏବେ ରିମାଣ୍ଡରେ ଆସିବା ପରେ ଅଧିକ ତଥ୍ୟ ମିଳିବା ଆଶା କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ଅନ୍ୟ ଜେଲ ନେବାକୁ ଚଣ୍ଡୀଖୋଲର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି