ଗ୍ରୀନ ନୋବେଲ ପୁରସ୍କାର ପାଇବେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ ! ନିୟମଗିରି ପାହାଡର ବିବିଧତା ଓ ଡଙ୍ଗରିଆ କନ୍ଧଙ୍କ ସୁରକ୍ଷାର ନେଇଥିଲେ ନେତୃତ୍ୱ
ଗ୍ରୀନ ନୋବେଲ ପୁରସ୍କାର ପାଇବେ ପ୍ରଫୁଲ୍ଲ ସାମନ୍ତରାୟ । କଳାହାଣ୍ଡିର ନିୟମଗିରି ପାହାଡର ବିବିଧତା ଓ ଡଙ୍ଗରିଆ କନ୍ଧଙ୍କ ସୁରକ୍ଷା ପାଇଁ ଲଢିଥିବା ଲୋକଶକ୍ତି ଅଭିଯାନର ନେତା ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ । ଲଣ୍ଡନରେ ଗୋଲଡ ମ୍ୟାନ ଏନଭାରମେଂଟ ପ୍ରାଇଜ ଯାହାକୁ ଗ୍ରୀନ ନୋବେଲ କୁାହାଯାଏ, ସେହି ସମ୍ମାନ ପାଇବେ ପ୍ରଫୁଲ୍ଲ । ବଡ କଥା ହେଉଛି ବେଦାନ୍ତ ବିରୋଧରେ ଲଢେଇ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସେ ତିଆରି କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଖାସ କରି ଡଙ୍ଗରିଆ କନ୍ଧଙ୍କ ବିଶ୍ୱାସ ଥିବା ନିୟମଗିରି ପାହାଡକୁ ହାତେଇବାକୁ ଯେଉଁଭଳି ରଣନୀତି ବେଦାନ୍ତ ଗ୍ରୃପ ପକ୍ଷରୁ କରାଯାଇଥିଲା, ତାକୁ ରୋକିଥିଲେ ପ୍ରଫୁଲ୍ଲ । ଆଦିବାସୀଙ୍କ ମେଳିକୁ ସ୍ୱର ଦେବା ଆଉ ତାକୁ ରାଜଧାନୀ ତଥା ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରାଇବାରେ ତାଙ୍କର ପ୍ରମୁଖ ଭୁମିକା ଥିଲା । କଳାହାଣ୍ଡିରେ ବେଦାନ୍ତର ଲାଂଜିଗଡ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବେଦାନ୍ତ ହାତକୁ ନିୟମଗିରି ପାହାଡ ଟେକିଦେବାକୁ ମସୁଧା କରିଥିଲେ ।
ହେଲେ ଆଦିବାସୀଙ୍କ ବିରୋଧ ଆଗରେ ଏହା ଫିକା ପଡିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହୋଇଥିବା ଗ୍ରାମସଭାରେ ଆଦିବାସୀ ଦେଇଥିଲେ ମୁହଁତୋଡ ଜବାବ । ଅନେକ ଥର ଆସି ସଚିବାଳୟରେ ଚକ୍କର କାଟିବା ସତ୍ୱେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ନିୟମଗିରି ପାହାଡ ହାତେଇବାରେ ସକ୍ଷମ ହୋଇନଥିଲେ । ଯାହାପଛରେ ପ୍ରଫୁଲ୍ଲ ସାମନ୍ତରାୟଙ୍କ ଏକ ବଡ ହାତ ଥିଲା । ଆଉ ଆମେରିକାର ସାନଫ୍ରାନ୍ସିସ୍କୋ ଠାରେ ଭାରତୀୟ ସମୟ ରାତି ୨ଟାରେ ତାଙ୍କୁ ଗ୍ରୀନ ନୋଭେଲ ସମ୍ମାନରେ ସମ୍ମାନିତ କରାଯାଇଛି ।