ରହସ୍ୟରୁ ଉଠିଲା ପରଦା ! ଜାଣନ୍ତୁ କାହିଁକି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ଅଭିନେତା ମନୋଜ ଗୋଏଲଙ୍କ ପତ୍ନୀ ନିଲିମା
ଅଭିନେତା ମନୋଜ ଗୋଏଲଙ୍କ ପତ୍ନୀ ନିଲିମାଙ୍କ ଆତ୍ମହତ୍ୟା ଘଟଣା ଏବେ ନେଇଛି ନୁଆ ମୋଡ଼ । ଶୁଣିବାକୁ ମିଳିଛି, ନିଲିମାଙ୍କ ଏତେ ବଡ଼ ନିଷ୍ପତ୍ତି ନେବା ପଛରେ ରହିଥିଲା ଆର୍ଥିକ ସମସ୍ୟା । ଯେଉଁଥି ପାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଗତ ଶନିବାର ଅପରାହ୍ନ ପାଖାପାଖି ୩ଟା ସମୟରେ ନିଲିମା ଲୋଖଣ୍ଡୱାଲ୍ ସ୍ଥିତ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏଥିସହିତ ନିଲିମା ମଧ୍ୟ ଏକ ସୁଇସାଇଡ୍ ନୋଟ୍ ଛାଡିଥିଲେ । ଯେଉଁଥିରେ ସେ ଲେଖିଥିଲେ କି, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ ବୋଲି । ତେବେ ନିଲିମାଙ୍କ ବୟସ ପାଖାପାଖି ୪୦ ବର୍ଷ ଏବଂ ସେ ତାଙ୍କ ସ୍ୱାମୀ ଏବଂ ୮ ବର୍ଷର ଝିଅ ସହିତ ରହୁଥିଲେ ।
ଏପର୍ଯ୍ୟନ୍ତ ପୁଲିସକୁ ସନ୍ଦେହ ଥିଲା କି, ସେ ଡିପ୍ରେସନରେ ଥିଲେ ବୋଲି । କିନ୍ତୁ ଜାତୀୟ ଗଣମାଧ୍ୟମ ‘ମିଡ୍ ଡେ’ରେ ପ୍ରକାଶିତ ଖବର ଅନୁସାରେ, ତାଙ୍କ ପରିବାରର ଆର୍ଥିକ ସ୍ଥିତି କିଛି ଠିକ୍ ନଥିଲା । ମନୋଜଙ୍କ କ୍ୟାରିୟର ମଧ୍ୟ କିଛି ଖାସ୍ ଚାଲୁ ନଥିଲା । ଅଭିନୟରେ ସେମିତି କିଛି ରୋଜଗାର ନହେବାରୁ ମନୋଜ କ୍ୟାମେରାମ୍ୟାନ୍ ଭାବେ କାମ କରୁଥିଲେ ।
ଏଠାରେ ଆମେ କହି ରଖୁଛୁ କି, ମନୋଜ ସବ୍ ଟିଭିର ସୋ’ ‘ଗୋଲମାଲ ହୈ ଭାଇ ସବ୍ ଗୋଲମାଲ ହୈ’, ‘ତୁ ମେରେ ଅଗଲ ବଗଲ ହୈ’ ଭଳି ସୋ’ରେ କାମ କରିଛନ୍ତି । ଏଥିସହିତ ମନୋଜ ‘ବଂଟି ଔର ବବଲୀ’ ସିନେମାରେ ମଧ୍ୟ କାମ କରିସାରିଛନ୍ତି ।
ସୌଜନ୍ୟ: ଅମର ଉଜାଲା