ଅବସର ନେବାର ୧୨ ବର୍ଷ ପରେ ! ଏବେ ବି ପେନସନ୍ ଅପେକ୍ଷାରେ ଜଳସଂପଦ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ

37

କନକ ବ୍ୟୁରୋ : ଅବସର ନେବାର ହୋଇଗଲାଣି ୧୨ବର୍ଷ । ହେଲେ ଏଯାଏଁ ମିଳିନି ପେନସନ୍ । ପେନସନ୍ ଆଶାରେ ଏ ଅଫିସରୁ ସେ ଅଫିସ୍ ହୋଇ ନୟାନ୍ତ ହୋଇଗଲେଣି କଟକର ଅବସରପ୍ରାପ୍ତ ଜଳସଂପଦ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବ୍ରଜ କିଶୋର ସାହୁ । ହେଲେ ଏଯାଏଁ କୌଣସି ସୁଫଳ ମିଳି ପାରିନି ।

ସୂଚନା ଅନୁସାରେ, ବ୍ରଜ କିଶୋର ସାହୁ କୋରାପୁଟ ଜଳ ସଂପଦ ବିଭାଗ ଅଫିସରୁ ୩୦ଜୁନ ୨୦୦୪ରେ ଅବସର ନେଇଥିଲେ । ଏହା ଭିତରେ ଚାଲିଗଲାଣି ୧୨ବର୍ଷ । ଏନେଇ ବ୍ରଜ କିଶୋର କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ହାଇକୋର୍ଟ ମଧ୍ୟ ବ୍ରଜ କିଶୋରଙ୍କ ସପକ୍ଷରେ ନିର୍ଦ୍ଦେଶ ଦେଇଥିଲେ । ହେଲେ ଅପେକ୍ଷାରେ ରହିଯାଇଛି ପେନସନ୍ ଆଶା । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଅବମାନନା କରାଯାଇଥିବା ଅଭିଯୋଗ କରିଛନ୍ତି ବ୍ରଜ କିଶୋର । ଏହା ସହ ସେ ଅଭିଯୋଗ କରିଛନ୍ତି ବିଭିନ୍ନ ସ୍ତରରେ ତାଙ୍କ ପେନସନକୁ ବେଆଇନ୍ କାର୍ଯ୍ୟ ହୋଇଛି । ଯାହାକୁ ଲୁଚାଇବାକୁ ଯାଇ ଏପରି କରୁଛନ୍ତି ସରକାରୀ ବାବୁ ।

ତେବେ ଆଜି ନିଜ ଦାବି ସଂପର୍କରେ ଆଉ ଥରେ ଜଳ ସଂପଦ ବିଭାଗ ସହ ଆଲୋଚନା କରିଛନ୍ତି । ହେଲେ ଯଦି ଖୁବ୍ ଶୀଘ୍ର ତାଙ୍କ ସମସ୍ୟାର ସମାଧାନ ନହୁଏ ଭୁବନେଶ୍ୱର ରାଜୀବ ଭବନସ୍ଥିତ ଜଳସଂପଦ କାର୍ଯ୍ୟାଳୟରେ ଅନଶନ କରିବା ସହ ଆତ୍ମାହୁତି ପାଇଁ ଧମକ ଦେଇଛନ୍ତି ।