ସିଆଇଡି ପ୍ରଡ୍ୟୁସରଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ ! ପାଖାପାଖି ୧୨ ଲକ୍ଷ ଟଙ୍କାର ଜିନିଷ ଚୋରି
ଲୋକପ୍ରିୟ ଧାରାବାହିକ ସିଆଇଡିର ପ୍ରଡ୍ୟୁସର ପ୍ରଦୀପ ଉପ୍ପୁରଙ୍କ ଘରୁ ଚୋରି । ସୂଚନ ମୁତବାକ, ତାଙ୍କ ଘରୁ ପାଖାପାଖି ୧୨ ଲକ୍ଷ ଟଙ୍କାର ଜିନିଷ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ଏନେଇ ପ୍ରଦୀପ ୧୯ ମଇରେ ଜୁହୁ ପୋଲିସ ଷ୍ଟେସନରେ ଏକ କେସ୍ ଦାଏର କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ହିସାବରେ ପ୍ରଦୀପ ତାଙ୍କ ଘରେ ପାଖାପାଖି ୧୨ ଲକ୍ଷ ଟଙ୍କାର ସଂପତି ଚୋରି ହୋଇଥିବା ନେଇ ଦର୍ଶାଇଛନ୍ତି । ମାତ୍ର ପୋଲିସ ପକ୍ଷରୁ ସୂଚନା ମିଳିଛି କି ସେ ଆଣିଥିବା ଅଭିଯୋଗ ଆଧାରରେ ତାହା ୧୨ ଲକ୍ଷ ନୁହେଁ ବରଂ ୯ ଲକ୍ଷର ସଂପତି ତଥା ଜିନିଷ ଅଟେ । ତେବେ ଏନେଇ ପୋଲିସ ଛାନଭିନ୍ ଜାରି କରିଛି ।