ଏଇଟିନ୍ ଫୁଟବଲ ଡଟ କମ୍ ନାଁରେ ୧ ହଜାର କୋଟି ଠକେଇ ମାମଲା: ଘଟଣାରେ ୪କୁ ବୃଦ୍ଧି ପାଇଲା ଗିରଫଦାରୀ ସଂଖ୍ୟା

126

କନକ ବ୍ୟୁରୋ: ଏଇଟିନ୍ ଫୁଟବଲ ଡଟ କମ୍ ନାଁରେ ୧ ହଜାର କୋଟି ଠକେଇ ମାମଲାର ଫର୍ଦ୍ଦ ଖୋଲିଲା ଇଓଡବ୍ଲ୍ୟୁ । ଏହି ମାମଲାରେ ଜଣଙ୍କୁ ଗିରଫ କରଯାଇଛି । ତେବେ ଏହି ଘଟଣାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରାଯାଇଥିଲା । ହାକିମ ଓ ରୁସ୍ତମ ଦୁଇ ଇନଭେଷ୍ଟର୍ସଙ୍କୁ କୋଲକାତାରୁ ଗିରଫ କରାଯାଇଥିବା ବେଳେ ରାଜସ୍ଥାନରୁ ଜଣକୁ ଗିରଫ କରାଯାଇଥିଲା । ମାଷ୍ଟର ମାଇଣ୍ଡ କୁହାଯାଉଥିବା ଦୁବାଇର ମହମ୍ମଦ ସୈଫ ନାଁରେ ଲୁକ ଆଉଟ ନୋଟିସ ଜାରି ହୋଇଛି । ଗତ ୧୨ରେ ମଧ୍ୟ ପି.ଦିଲ୍ଲୀପ କୁମାର ବୋଲି ଜଣେ ଇନଭେଷ୍ଟର୍ସକୁ କେରଳ ତ୍ରିଶୂରରୁ ଗିରଫ କରାଯାଇଥିଲା । ଆଜି ତାଙ୍କୁ ବ୍ରହ୍ମପୁର କୋର୍ଟ ଫରୱାର୍ଡ କରାଯିବ ।

କେରଳରେ ପ୍ରିୱେଷ୍ଟ ଗ୍ଲୋବାଲ ସଲ୍ୟୁସନ ନାମରେ ଏକ ସଂସ୍ଥା ଚଳାଇଥିଲେ । ଯେଉଁଥିରେ ଫୁଟବଲ ଡଟ୍ କମରୁ ଆଣିଥିବା ଟଙ୍କା ଲଗାଉଥିଲେ ଦିଳ୍ଲୀପ । ଅନ୍ୟ ଏକ ଆକାଉଂଟରେ ଦେଢ କୋଟି ଟଙ୍କା ମଧ୍ୟ ଟ୍ରାଂଜାକସନ୍ ହୋଇଥିଲା । ଫୁଟବଲ.କମ୍ ଭଳି ଇଲିଗାଲ ପାଂଜି ସ୍କିମ କରି ଲକ୍ଷାଧିକ ଟଙ୍କାର ଚୂନା ଲଗାଉଥିଲେ । ଏହି ସଂସ୍ଥା ହଂକଂରେ ଥିବା ବେଳେ ଦୁବାଇରୁ ଅପରେଟ ହେଉଥିଲା । ଏହ ସହିତ ସାଧାରଣ ଲୋକଙ୍କୁ ମଧ ବିଭିନ୍ନ ଲୋଭନୀୟ ସ୍କିମ ଦେଖାଇ ଲୋକଙ୍କୁ ଭୂଆଁ ବୁଲାଉଥିଲା । ସେହିଭଳି ଓଡ଼ିଶାର ୮ଶହ ଲୋକଙ୍କୁ ଠକିଥିବା ବେଳେ ପ୍ରାୟ ଲୋକ ଗଞ୍ଜାମର ଥିବା ଚିହ୍ନଟ ହୋଇଛି ।