ଆର୍ଟିଫିସିଆଲ ଇଂଟେଲିଜେନ୍ସ ଦୁନିଆରେ ପ୍ରବେଶ କରିବେ ଟୁଇଟର ମାଲିକ ଏଲନ ମସ୍କ । ଏକ୍ସ ଡଟ ଏଆଇ କରପୋରେସନ ନାମରେ ପ୍ରତିଷ୍ଠା କରିବେ ଏଆଇ କମ୍ପାନୀ

85

କନକ ବ୍ୟୁରୋ : ଆର୍ଟିଫିସିଆଲ ଇଂଟେଲିଜେନ୍ସ ବା କୁତ୍ରିମ ବୁଦ୍ଧିମତା ଦୁନିଆରେ ପ୍ରବେଶ କରିବେ ଟୁଇଟର ମାଲିକ ଏଲନ ମସ୍କ । କିଛି ଦିନ ପୂର୍ବରୁ ଆର୍ଟିଫିସିଆଲ ଇଂଟେଲିଜେନ୍ସରେ ଅତ୍ୟଧିକ ପରିକ୍ଷା ନିରିକ୍ଷାକୁ ବିରୋଧ କରୁଥିଲେ ମସ୍କ କିନ୍ତୁ ଏବେ ଏକ୍ସ ଡଟ ଏଆଇ କରପୋରେସନ ନାମରେ କମ୍ପାନୀ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ବୋଲି ଆର୍ନ୍ତଜାତୀୟ ଗଣମାଧ୍ୟମରେ ଖବର ଜୋର ଧରିଛି । ମିଳିଥିବା ସୂଚନା ଅନୁସାରେ ଏହି କମ୍ପାନୀ ପାଇଁ ସେ ପ୍ରାୟ ୧୦ହଜାର ଗ୍ରାଫିକ୍ସ ପ୍ରୋସେସିଙ୍ଗ ୟୁନିଟ କିଣିଥିବାବେଳେ ଦୁଇଜଣ ବରିଷ୍ଠ ଗବେଷକଙ୍କୁ ନିଯୁକ୍ତି ଦେଇଛନ୍ତି । ଏହା ସହ ଜଣେ ବୈଜ୍ଞାନିକ ଆଇଗର ବାବୁସ୍କିନଙ୍କୁ ଏହି ପ୍ରୋଜେକ୍ଟର ମୁଖ୍ୟ ଦାୟିତ୍ୱ ଦେବା ପାଇଁ ଚିନ୍ତା କରୁଛନ୍ତି । ବର୍ତମାନ ବହୁ ଚର୍ଚ୍ଚିତ ଏଆଇ କମ୍ପାନି ଓପନ ଏଆଇଆଇର ସହ ପ୍ରତିଷ୍ଠାତା ଥିଲେ ଏଲନ ମସ୍କ । ୨୦୧୫ ମସିହାରେ ପ୍ରତିଷ୍ଠା ହୋଇଥିବା ଓପନ ଏଆଇଆଇ ଦ୍ୱାରା ନିର୍ମତ ଚାର୍ଟ ବର୍ଟ, ଚାର୍ଟ ଜିପିଟି ବର୍ତମାନ ବିଶ୍ୱ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆଲୋଡନ ସୃଷ୍ଟି କରିଛି । କିନ୍ତୁ କୌଣସି କାରଣ ଯୋଗୁଁ ୨୦୧୮ ମସିହାରେ ଏଲନ ମସ୍କ ଏହି କମ୍ପାନୀକୁ ଛାଡି ଦେଇଥିଲେ । ତେବେ ମସ୍କଙ୍କ ଏହି ଘୋଷଣା ଏଆଇ ଦୁନିଆରେ ନୂଆ ସମ୍ଭାବନା ଆଣିବ ବୋଲି କୁହାଯାଉଛି ।