ଟ୍ୱିଟରର ମାଲିକ ହେଲେ, CEO ପରାଗ୍ ଅଗ୍ରୱାଲଙ୍କୁ ହେଡକ୍ୱାର୍ଟରରୁ ଆଉଟ୍ କଲେ ଏଲନ୍ ମସ୍କ । 

610

କନକ ବ୍ୟୁରୋ: ସୋସିଆଲ ମିଡିଆର ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଟ୍ୱିଟରରେ ବଡ ଧରଣର ପରିବର୍ତ୍ତନ । ଟେସ୍ଲା ସିଇଓ ଏଲନ୍ ମସ୍କ ଟ୍ୱିଟରର ମାଲିକ ହେବା ପରେ ଏହାର ସିଇଓ ଥିବା ଭାରତୀୟ ପରାଗ୍ ଅଗ୍ରୱାଲଙ୍କୁ ହେଡକ୍ୱାର୍ଟରରୁ ଟର୍ମିନେଟ୍ କରିଛନ୍ତି ଏଲନ୍ ମସ୍କ । ପରାଗଙ୍କ ସହ ଟ୍ୱିଟରର ଏକାଧିକ ଅଧିକାରୀଙ୍କୁ ମଧ୍ୟ ଏଲନ୍ ଟର୍ମିନେଟ୍ କରିଥିବା ଜଣାପଡିଛି ।

ଏଲନ୍ ମସ୍କ ଚଳିତ ବର୍ଷ ଏପ୍ରିଲ ୧୩ ତାରଖରେ ଟ୍ୱିଟରକୁ କିଣିବାକୁ ଘୋଷଣା କରିଥିଲେ । ଏଥିପାଇଁ ସେ ସୋସିଆଲ ପ୍ଲାଟଫର୍ମକୁ ୫୪.୨ ଡଲାର ପ୍ରତି ସେୟାର ଦରରେ ୪୪ ଆରବ୍ ଡଲାରର ଅଫର ଦେଇଥିଲେ । ହେଲେ ସେହି ସମୟରେ ସ୍ପେମ୍ ଓ ଫେକ୍ ଆକାଉଣ୍ଟ ସମସ୍ୟା କାରଣରୁ ସେ ଏହି ଡିଲକୁ ଅଟକାଇଥିଲେ । ଏହାପରେ ଜୁଲାଇ ୮ ତାରିଖରେ ଏଲନ୍ ମସ୍କ ଏହି ଡିଲରୁ ଓହରିବାକୁ ଚେଷ୍ଟା କରିଥିଲେ ବି ଏନେଇ ଟ୍ୱିଟର ଆଇନର ଦ୍ୱାରସ୍ଥ ହୋଇଥିଲା । କିନ୍ତୁ ଏହାପରେ ପୁଣିଥରେ ଅକ୍ଟୋବର ମାସର ପ୍ରଥମରେ ଏଲନ୍ ନିଜ ନିଷ୍ପତ୍ତି ବଦଳାଇଥିଲେ । ଏବଂ ଏହା ମଧ୍ୟରେ ସେ ଅକ୍ଟୋବର ୨୮ ତାରିଖ ସୁଦ୍ଧା ଏହି ଡିଲକୁ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଲନ୍ ଦିନକ ପୂର୍ବରୁ ହିଁ ଟ୍ୱିଟର କାର୍ଯ୍ୟାଳୟରେ ପହଞ୍ଚି ସମସ୍ତଙ୍କୁ ଚକିତ କରିଛନ୍ତି । ଏହାସହ ଟ୍ୱିଟରର ମାଲିକ ହେବା ପରେ ସିଇଓ ପରାଗ୍ ଅଗ୍ରୱାଲଙ୍କ ସମେତ କିଛି ଅଧିକାରୀଙ୍କୁ ଟର୍ମିନେଟ୍ କରିଥିବା ଜଣାପଡିଛି ।