ବ୍ରହ୍ମପୁର ଦିଗପହଣ୍ଡିରେ ପୁଣି ହାତୀ ମୃତ୍ୟୁ ! ଗୁଳି କରି ଦୁବୃର୍ତ ଫେରାର ।

ବ୍ରହ୍ମପୁର ଦିଗପହଁଣ୍ଡିରେ ଘଟିଛି ଅଭାବନୀୟ ଘଟଣା । ଏକ ଦନ୍ତା ହାତୀକୁ କିଛି ଦୁର୍ବୁତ୍ତ ଗୁଳି କରି ହତ୍ୟା କରାଯାଇଥିବା ଘଟଣା ଏବେ ସମ୍ନାକୁ ଆସିଛି ।

104

କନକ ବ୍ୟୁରୋ: ବ୍ରହ୍ମପୁର ଦିଗପହଁଣ୍ଡିରେ ଘଟିଛି ଅଭାବନୀୟ ଘଟଣା । ଏକ ଦନ୍ତା ହାତୀକୁ କିଛି ଦୁର୍ବୁତ୍ତ ଗୁଳି କରି ହତ୍ୟା କରାଯାଇଥିବା ଘଟଣା ଏବେ ସମ୍ନାକୁ ଆସିଛି । ତେବେ ହାତୀକୁ କାହିଁକି ଗୁଳି କରାଯାଇଛି ଏବଂ କିଏ ଗୁଳି କରିଛି ସେ ନେଇ ଏବେ ବନବିଭାଗ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ବ୍ରହ୍ମପୁର ଦିଗପହଁଣ୍ଡି ନିମ ଖଣ୍ଡି ଗାଁ ନିକଟରେ ଏକ ଦନ୍ତା ହାତୀର ମୃତ ଦେହ ଠାବ କରାଯାଇଛି । ହାତୀଟିକୁ କେହି ଦୁର୍ବୁତ୍ତ ଗୁଳିକରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଦନ୍ତା ହାତୀ ଦେହରେ ୩ଟି ଗୁଳି ବାଜିଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ତଦନ୍ତ ପରେ ହାତୀଟିର କେମିତି ମୃତ୍ୟୁ ହେଲା ତାହା ସ୍ପଷ୍ଟ ହେବ ।

ଉଲ୍ଲେଖଯୋଗ୍ୟ କି, ଦିଗପହଁଣ୍ଡି ବ୍ଲକରେ ବାରମ୍ବାର ହାତୀ ମଣିଷ ଲଢ଼େଇ ଚାଲିଆସିଛି । ହତୀମାନେ ଲୋକଙ୍କ ଫସଲ ନଷ୍ଟ କରିଦେଉଥିବାରୁ ଅନେକ ସମୟରେ ଲୋକମାନେ ହାତୀଙ୍କୁ ଉପରକୁ ନିଆଁ ହୁଳା କିମ୍ବା ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥାନ୍ତି । ବେଳେ ବେଳେ ହାତୀ ମଧ୍ୟ ମଣିଷ ଉପରକୁ ଆକ୍ରମଣ କରିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଉଭୟଙ୍କ ଏହି ଯୁଦ୍ଧରେ କେତେବେଳେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ଜୀବନ ଯାଉଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି ।