ନିର୍ବାଚନ କମିସନଙ୍କ ଦ୍ବାରା ଗଠିତ କମିଟିର ସୁପାରିସ: ଭୋଟଦାନର ୭୨ ଘଣ୍ଟା ପୂର୍ବରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଉ
ଭୋଟଦାନର ୭୨ ଘଣ୍ଟା ପୂର୍ବରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଉ
କନକ ବ୍ୟୁରୋ: ଭୋଟଦାନର ୭୨ ଘଣ୍ଟା ପୂର୍ବରୁ ରାଜନୈତିକ ଦଳମାନଙ୍କ ଦ୍ବାରା ଘୋଷଣାପତ୍ର ଜାରି କରାଯାଉ ବୋଲି ଉପ ନିର୍ବାଚନ କମିସନର ଉମେଶ ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ୧୪ ଜଣିଆ କମିଟି ନିର୍ବାଚନ ଆୟୋଗକୁ ଏଭଳି ସୁପାରିସ କରିଛନ୍ତି। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ମଧ୍ୟ ଇସ୍ତାହାର ଜାରି କରାଯିବା ନଜିର ରହିଛି। ଏହାକୁ ନେଇ ବିବାଦ ସୃଷ୍ଟି ହେଉଥିବା ବେଳେ ଏଥିପାଇଁ କୌଣସି ଆଇନ ନଥିବାରୁ କମିସନଙ୍କ ଦ୍ବାରା କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ।
Kanak News is now on WhatsApp
Join and get latest news updates delivered to you via WhatsApp
ତେଣୁ ଏହି ସୁପାରିସ କିଭଳି ଲାଗୁ କରାଯିବ ସେ ନେଇ ଆଗାମୀ ଦିନରେ ନିର୍ବାଚନ କମିସନର ସମୀକ୍ଷା କରିବେ। ତେବେ ମିଳିଥିବା ସୂଚନା ଅନୁସାରେ, ସାଧାରଣ ଭାବରେ ଦେଶରେ ପ୍ରତ୍ୟେକ ବର୍ଷ କେଉଁଠାରେ ନା କେଉଁଠାରେ ନିର୍ବାଚନ ହେଉଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଲୋକମାନଙ୍କ ପାଇଁ ନିର୍ବାଚନ ଇସ୍ତାହାର ପ୍ରକାଶ କରାଯାଏ । ତେବେ ଏହାକୁ ଦେଖି ଲୋକମାନେ ପ୍ରଭାବିତ ହେଉଛନ୍ତି । ତେଣୁ ନିର୍ବାଚନର ମାତ୍ର ୭୨ ଘଣ୍ଟା ପୂର୍ବରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଉ ବୋଲି ଦାବି ହୋଇଛି ।