‘ନାଗିନ’ ସହ ମୌନି ରୟଙ୍କ ସଂପର୍କ ଶେଷ ! ଏକତା କପୁର ଖୋଜୁଛନ୍ତି ନୂଆ ଚେହେରା

82

‘ନାଗିନ ୨’ ଟିଆରପି କ୍ଷେତ୍ରରେ ସବୁବେଳେ ଉପରେ । ନାଗିନର ପ୍ରଥମ ଓ ଦ୍ୱିତୀୟ ସିଜିନକୁ ଦର୍ଶକଙ୍କର ବହୁତ ଭଲପାଇବା ମିଳିଛି । କିନ୍ତୁ ଏବେ ଖବର ଅନୁସାରେ ‘ନାଗିନ ୨’ ଜୁନରେ ବନ୍ଦ ହେବାକୁ ଯାଉଛି । ଡିଏନଏର ଖବର ଅନୁସାରେ ଏକତା କପୁର ‘ନାଗିନ’ର ତୃତୀୟ ସିଜିନ ନେଇ ନଭେମ୍ବରର ଫେରିବେ । କିନ୍ତୁ ଏଥର ମୌନୀ ରୟ ସୋ’ରେ ରହିବେ ନାହିଁ ।

ତୃତୀୟ ସିଜିନ ପାଇଁ ଏକତା କପୁର ନୂଆ ଚେହେରା ଖୋଜୁଛନ୍ତି । ଏବେ ‘ନାଗିନ ୨’ରେ ଶିବାଙ୍ଗୀ ନିଜ ଶତ୍ରୁଙ୍କ ଠାରୁ ପ୍ରତିଶୋଧ ନେଉଛି । ସେ ନିଜ ବା’ବାପାଙ୍କ ହତ୍ୟାକାରୀଙ୍କୁ ଶେଷ କରିବା ପାଇଁ ପ୍ରଣ ନେଇଛି । ଏବେ ଆଗକୁ ଦେଖିବା ପାଇଁ ବାକି ରହିଲା ଶିବନ୍ୟା ଓ ଶିବାଙ୍ଗୀର ପ୍ରତିଶୋଧ ପୁରା ହେବା ପରେ ‘ନାଗିନ’ ତୃତୀୟ ସିଜିନରେ କ’ଣ ରହିବ ।