ଖବର ବାଜିଲା ପ୍ରଶାସନ ପହଞ୍ଚିଲା : ସୂର୍ଯ୍ୟ ମହାଜନଙ୍କ ଘରେ ପହଞ୍ଚି ୬ମାସର ପେନସନ ଓ ହ୍ୱିଲ୍ ଚେୟାର ଯୋଗାଇଲା

167

କନକ ବ୍ୟୁରୋ : ଖବର ବାଜିଲା, ପ୍ରଶାସନ ପହଞ୍ଚିଲା । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବଣୁଆଗୁଡ଼ା ଗ୍ରାମ ପଞ୍ଚାୟତର ସୂର୍ଯ୍ୟ ହରିଜନଙ୍କ ଘରେ ପହଞ୍ଚିଛି ପ୍ରଶାସନ । ପ୍ରଶାସନ ସୂର୍ଯ୍ୟଙ୍କୁ ସମସ୍ତ ପ୍ରକାର ସହାୟତାର ହାତ ବଢ଼ାଇଛି । ତୁରନ୍ତ ୬ମାସର ପେନସନ୍ ଯୋଗାଇଦେବା ସହ ପେନସନ୍ ୫ଶହରୁ ୭ଶହ ଟଙ୍କା ବୃଦ୍ଧି କରାଯାଇଛି । ଏହାସହ ଗୋଟିଏ ହ୍ୱିଲ୍ ଚେୟାର ମଧ୍ୟ ପ୍ରଶାସନ ପକ୍ଷରୁ ବୃଦ୍ଧ ମହିଳାଙ୍କୁ ଯୋଗାଇ ଦିଆଯାଇଛି । ଏପରିକି ସପ୍ତାହକ ମଧ୍ୟରେ ଆବାସ ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି ପ୍ରଶାସନ ।

ସୂଚନା ଅନୁସାରେ, ଫ୍ରିଙ୍ଗର ପ୍ରିଂଟ ନ ମିଶିବାରୁ ତିନି ମାସ ଧରି ମିଳୁନି ବୃଦ୍ଧାଙ୍କୁ ପେନସନ ମିଳୁନଥିଲା । ପେନସନ ପାଇଁ ଯାଇ ଥରେ ଗୋଡ଼ ବି ଭାଙ୍ଗିଯାଇଥିଲା । ପରିଣତ ବୟସରେ ଭଙ୍ଗା ଗୋଡ଼ରେ ଚାଲି ଚାଲି ପେନସନ ପାଇଁ ଯାଇଥିଲେ । ଖାଲି ପାଦରେ ଏକୁଟିଆ ଗୋଟିଏ ଚୌକି ଭରସାରେ ଚାଲିଚାଲି ଯାଉଥିଲେ ପେନସନ୍ ପାଇଁ । ପେନସନ ପାଇଁ ଯାଇ ଗୋଡ଼ ହରେଇଲା ହେଲେ ମିଳିଲା ନାହିଁ ପେନସନ ।

ଯେଉଁଠିକୁ ଗଲେ ଆଙ୍ଗୁଠି ମିଶୁନଥିବା କହି ଫେରେଇ ଦେଲେ । ପରିଣତ ବୟସରେ ଭଙ୍ଗା ଗୋଡ଼ରେ ପ୍ଲାଷ୍ଟିକ ଚେୟାର ସାହାଯ୍ୟରେ ଚାଲି ଚାଲି ପେନସନ ପାଇଁ ଯାଉଥିବା ଭିଡିଓକୁ ନେଇ ଏସବିଆଇକୁ ତାଗିଦ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯାହା ପରେ ବ୍ୟାଙ୍କ ଆସନ୍ତା ମାସରୁ ଘରେ ଯାଇ ବୃଦ୍ଧାଙ୍କୁ ପେନସନ୍ ଦେବ ବୋଲି କହିଛି ।