ଆଇଏଏସ ପୂଜା ସିଙ୍ଘଲ ଗିରଫ । ମନିଲଣ୍ଡ୍ରିଂ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ। ବିପୁଳ ଟଙ୍କା ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

119

କନକ ବ୍ୟୁରୋ : ଗିରଫ ହୋଇଛନ୍ତି ଆଇଏଏସ ପୂଜା ସିଙ୍ଘଲ । ମନିଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି । ଅନେକ ସମୟ ଧରି ତାଙ୍କୁ ଇଡି ପଚରାଉଚରା କରିଥିଲା । ପୂର୍ବରୁ ତାଙ୍କ ସିଏ ସୁମନ କୁମାରଙ୍କୁ ଗିରଫ କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ସୁମନଙ୍କ ଘରୁ ୧୭ କୋଟି ନଗଦ ଟଙ୍କା ଜବତ ହୋଇଥିଲା ।

ଝାଡଖଣ୍ଡ ସରକାରଙ୍କ ଖଣି ସଚିବ ଥିବା ପୂଜା ସିଙ୍ଘଲଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ଏହାକୁ ଗଣିବାକୁ ଇଡିକୁ ଟଙ୍କା ଗଣିବା ମେସିନ ଆଣିବାକୁ ପଡିଥିଲା । ମଙ୍ଗଳବାର ଇଡିର ଅଧିକାରୀ ପୂଜାଙ୍କୁ ୯ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚୁରା କରିଥିଲା । ପୂଜା ଏବଂ ତାଙ୍କ ସ୍ୱାମୀ ଅଭିଷେକ ଝାଙ୍କୁ ଇଡି ପଚରାଉଚରା କରୁଥିଲା । ପରେ ତାଙ୍କୁ ରାଞ୍ଚି ନଛାଡିବାକୁ କୁହାଯାଇଥିଲା ତେବେ ଏହାରି ଭିତରେ ତାଙ୍କୁ ଇଡି ଗିରଫ କରିଛି ।