ସହଜ ହେବ ଅଙ୍ଗ ପ୍ରତ୍ୟାରୋପଣ ବ୍ୟବସ୍ଥା : ଡ୍ରୋନ ସାହାଯ୍ୟରେ ବୁହା ହେବ ଅଙ୍ଗ

73

ଏଣିକି ଅଙ୍ଗ ପ୍ରତ୍ୟାରୋପଣ ସକାଶେ କୌଣସି ହସ୍ପିଟାଲ୍‌ରୁ ଅନ୍ୟ ଏକ ହସ୍ପିଟାଲ୍‌କୁ ଅଙ୍ଗ ବୋହି କରି ନେବା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଟ୍ରାଫିକ୍‌ ସମସ୍ୟା ହେତୁ ସଡ଼କରେ ଚାଲୁଥିବା ଯାନରେ ଅଙ୍ଗ ଆଣିବାରେ ବିଳମ୍ବ ହେଉଥିଲା । ଏଥିପାଇଁ ଏଥର ଡ୍ରୋନ୍‌କୁ ଏହି କାମରେ ନିୟୋଜିତ କରାଯିବ । ଫଳରେ ଆଉ ସ୍ୱତନ୍ତ୍ର ମାର୍ଗଗୁଡ଼ିକରେ ଗ୍ରିନ୍‌ କରିଡର କରାଯିବାର ଆବଶ୍ୟକତା ପଡ଼ିବ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ଜୟନ୍ତ ସିହ୍ନା ପ୍ରକାଶ କରିଛନ୍ତି ।

ଡିସେମ୍ବର ପହିଲାରୁ ବଡ଼ ବଡ଼ ଡ୍ରୋନ୍‌ଗୁଡ଼ିକର ପଞ୍ଜିକୃତ ଆରମ୍ଭ ହୋଇଯିବ ବୋଲି ଜାଣିବାକୁ ମିଳିଛି । ଏଥିପାଇଁ ହସ୍ପିଟାଲ୍‌ଗୁଡ଼ିକରେ ‘ଡ୍ରୋନ୍‌ ପୋର୍ଟ’ ତିଆରି କରାଯିବା ପାଇଁ ଜାଗା ଯୋଗାଡ଼ କରାଯାଉଛି । ପଞ୍ଜିକୃତ ହେବା ପରେ ଡ୍ରୋନ୍‌ଗୁଡ଼ିକର ଲାଇାସନ୍ସ ବାହାର କରାଯିବ । ସିହ୍ନା ଆହୁରି ବି ନିଶ୍ଚିତ କରିଛନ୍ତି ଯେ ‘ଫ୍ଲାଇଂ’ ଡ୍ରୋନ୍‌ଗୁଡ଼ିକୁ ହିଁ ଅଙ୍ଗ ବୁହା କାର୍ଯ୍ୟରେ ବ୍ୟବହୃତ କରାଯିବ । ଡ୍ରୋନ୍‌ ୨.୦ ନୀତି ଅନୁସାରେ ଅନ୍ୟ ସଡ଼କଚାଳିତ ଯାନ ଅପେକ୍ଷା ଡ୍ରୋନ୍‌ ଦ୍ୱାରା ହସ୍ପିଟାଲ୍‌ଗୁଡ଼ିକୁ ତୁରନ୍ତ ପରିବହନ ସେବା ଯୋଗାଇ ଦେଇ ହେବ ।