କେନ୍ଦ୍ରାପଡା ରାଜନଗରର ଗ୍ରାମାଞ୍ଚଳରେ ମଦର ବନ୍ୟା । ନମ୍ବର ବିହୀନ ଗାଡିରେ ଚାଲାଣ ହେଉଛି ବସ୍ତା ବସ୍ତା ମଦ

100

କନକ ବ୍ୟୁରୋ: ଚୋରା ବିଦେଶୀ ମଦର କେନ୍ଦ୍ରସ୍ଥଳୀ ପାଲଟିଛି କେନ୍ଦ୍ରାପଡାର ରାଜନଗର ଅଞ୍ଚଳ । ଦିନ ଦ୍ୱିପହରେ ନମ୍ବର ବୀହିନ ବାଇକରେ ବସ୍ତାବସ୍ତା ବିଦେଶୀ ମଦ ଗାଁ ଗାଁରେ ଯୋଗାଇ ଦେଉଛନ୍ତି ମାଫିଆ । କେବଳ ସେତିକି ନୁହେଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସର୍ମ୍ପକୀୟ ପ୍ୟାକେଟରେ ନେଇ ଶିକ୍ଷାନୁଷ୍ଠାନରେ ମଦ ବିକ୍ରି କରୁଛନ୍ତି । ହେଲେ ସବୁ ଜାଣି ବି ପୋଲିସ , ଅବକାରୀ ବିଭାଗ ଚୁପ ।

ଦିନ ଦି-ପହରରେ ଚାଲିଛି ବେଧଡକ ଭାବେ ମଦ କରାବାର । ଚୋରା ବିଦେଶୀ ମଦର କେନ୍ଦ୍ରସ୍ଥଳୀ ପାଲଟିଛି କେନ୍ଦ୍ରାପଡାର ରାଜନଗର ଅଞ୍ଚଳ । ଦିନ ଦ୍ୱି-ପହରେ ନମ୍ବର ବିହୀନ ବାଇକରେ ବସ୍ତା ବସ୍ତା ବିଦେଶୀ ମଦ ଗାଁ ଗାଁରେ ଯୋଗାଇ ଦେଉଛନ୍ତି ମାଫିଆ ମାନେ । ଏହା ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ଏଠାରେ ପ୍ରତିଦନି ଲାଗୁଛି ପର୍ଯ୍ୟଟକଙ୍କ ଭିଡ । ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ମାନେ ଏହି ପର୍ଯ୍ୟଟନସ୍ଥଳୀକୁ ଆସୁଛନ୍ତି । ଆଉ ଏହି ଭିଡ ଭିତରେ ବେଧଡକ ଭାବେ ଚାଲିଛି ମଦ କାରବାର । ନମ୍ବର ବିହିନ ଗାଡିରେ ବିଦେଶୀ ମଦ ନିଆଯାଉଥିବା ମଧ୍ୟ ଧରାପଡିଥିଲା । ଏହିଭଳି ଅନେକ ଥର ମଧ୍ୟ ଖୁଲମଖୁଲା ମଦ ଚାଲାଣ ହେଉଥିବା ଘଟଣା ସାମନାକୁ ଆସିଛି ।

ଭିତରକନିକା ପରି ପର୍ଯ୍ୟଟନସ୍ଥଳୀ ରାଜନଗର ଅଞ୍ଚଳରେ ଥିବାରୁ ଦେଶ ତଥା ଦେଶ ବାହାରୁ ବହୁ ପର୍ଯ୍ୟଟକ ରାଜନଗର ଅଞ୍ଚଳକୁ ଆସିଥାନ୍ତି । ଯଦି ଏମିତି ଚୋରା ମଦ ରାଜନଗର ଅଞ୍ଚଳରେ ଗାଁ ଗହଳି ଓ ଶିକ୍ଷାନୁଷ୍ଠାନରେ ମିଳେ ତେବେ ଏହି ଅଞ୍ଚଳରେ ବିଭିନ୍ନ ଅସାମାଜିକ କାର୍ଯ୍ୟ ବଢିବା ସହ ଯୁବ ସମାଜ ବିପଥଗାମୀ ହେବା ସହ ପର୍ଯ୍ୟଟନ ଶିଳ୍ପ ଉପରେ ଏହାର ପ୍ରଭାବ ପଡିବ । ଏହା ଉପରେ ଗୁରୁତ୍ୱ ଦିଆଯାଇ ଖୁବଶୀଘ୍ର ଚଢାଉ କରାଯିବାର ମିଳିଛି ପ୍ରତିଶ୍ରୁତି । ତେବେ ରାଜନଗର ଅଞ୍ଚଳ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ଏହି ଚୋରା ମଦ କାରବାର ଉପରେ ରୋକ ଲାଗିବା ଜରୁରୀ ହାଇପଡିଛି ।