ଡ. ସସ୍ମିତ ପାତ୍ର ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା। ସୁଲତା ଦେଓ ମୁଖ୍ୟ ସଚେତକ ନିଯୁକ୍ତ। 

110

କନକ ବ୍ୟୁରୋ: ଡ. ସସ୍ମିତ ପାତ୍ରଙ୍କୁ ନୂଆଦାୟିତ୍ୱ ଦେଲା ବିଜେଡି । ରାଜ୍ୟସଭା ସଂସଦୀୟ ଦଳ ନେତା ନିଯୁକ୍ତ ହୋଇଛନ୍ତି ସସ୍ମିତ । ସେହିଭଳି ସୁଲତା ଦେଓ ବିଜେଡି ମୁଖ୍ୟ ସଚେତକ ନିଯୁକ୍ତ ହୋଇଛନ୍ତି । ନିଯୁକ୍ତି ନେଇ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ନୂଆ ନିଯୁକ୍ତି ଦିଆଯାଇଛି ।

ପୂର୍ବରୁ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ସଂସଦୀୟ ଦଳ ନେତା ଥଲେ । ତାଙ୍କ ଅବସର ପରେ ସସ୍ମିତ ପାତ୍ରଙ୍କୁ ଏହି ନୂଆ ଦାୟିତ୍ୱ ଦିଆଯାଇଛି ।