୬୦ ଫୁଟ ମାଟି ତଳୁ, ରାହୁଲକୁ କେମିତି କରାଯାଇଥିଲା ଉଦ୍ଧାର? ଜିଲ୍ଲାପାଳ କହିଲେ ଲୋମ ଟାଙ୍କୁରା କାହାଣୀ

1,127

କନକ ବ୍ୟୁରୋ : ୧୦୫ ଘଂଟା ଧରି ବୋରୱେଲରେ ଫସି ରହିବା ପରେ ରାହୁଲ ସେଠାରୁ କେମିତି ଉଦ୍ଧାର ଦେଲେ, ସେସବୁର ପୂରା ଘଟଣା ବଖାଣିଛନ୍ତି ଜାଞ୍ଜଗିର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା । ରାୟପୁରରେ ଉଦ୍ଧାରକାରୀ ଦଳକୁ ସମ୍ବର୍ଦ୍ଧନା ଅବସରରେ ଜିଲ୍ଲାପାଳ କହିଛନ୍ତି, ରାହୁଲଙ୍କୁ ଉଦ୍ଧାର ପାଇଁ ଜଣେ ଛୋଟ ପିଲାର ସହାୟତା ନିଆଯାଇଥିଲା । ଛୋଟ ପିଲାଟିକୁ ଓଲଟାଇ ଛଡ଼ାଯାଇଥିଲା । ସେହି ପିଲାଟି ରାହୁଲଙ୍କ ହାତକୁ ଟାଣି ରେସ୍କ୍ୟୁ ଟିମ ନିକଟକୁ ଆଣିଥିଲା । ରାହୁଲ ପାଖରେ ଗାତ ଭିତରେ ଥିଲା ଚନ୍ଦନ ବୋଡା ସାପ । ସେହି ସାପ ସହ ରାହୁଲ ୧୦୦ ଘଂଟାରୁ ଅଧିକ ସମୟ ଧରି ରହିଥିଲା ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳ ରାହୁଲଙ୍କର ସାହସକୁ ସଲାମ କରିବା ସହ ବଡ଼ ଅପରେସନରେ ନିୟୋଜିତ ସମସ୍ତ ଟିମର ସଦସ୍ୟଙ୍କୁ ରିୟଲ୍ ହିରୋର ଆଖ୍ୟା ଦେଇଛନ୍ତି । ଉଦ୍ଧାର କାମରେ ୧୧ଟି ଟିମ୍ ନିୟୋଜିତ ହୋଇଥିଲେ । ଉଦ୍ଧାରକାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।
ଅନ୍ୟପଟେ, ପୁଅ ଉଦ୍ଧାର ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ରାହୁଲଙ୍କ ବାପା । କହିଛନ୍ତି, ପୁଅ ଭଲ ହେଲେ ପୁରୀ ଆସି ଜଗା ଦର୍ଶନ କରିବେ । ଦୀର୍ଘ ୫ଦିନ ୬୦ଫୁଟ ମାଟି ତଳେ ବୋରୱେଲ ଭିତରେ ରହିବା ପରେ ସୋମବାର ରାତିିରେ ଉଦ୍ଧାର ହୋଇଥିଲେ ରାହୁଲ । ହେଲେ, ଏତେ ସମୟ ଧରି ମାଟି ତଳେ , ପାଣି ଭିତରେ ରହିଥିବାରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ସେଥିପାଇଁ ଉଦ୍ଧାର ପରେ ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି ।