ହତ୍ୟା କରିବାର ଅଜବ ଯୁକ୍ତି । କର୍ଣ୍ଣାଟକ ଚମରାଜନଗରରେ ସ୍ତ୍ରୀ ଫୋନ୍ ନଉଠାଇବାରୁ ଅଢେଇ ଶହ କିମି ଯାତ୍ରା କରି ହତ୍ୟା କଲା କନଷ୍ଟେବଳ ସ୍ୱାମୀ

553

କନକ ବ୍ୟୁରୋ : ହତ୍ୟା କରିବା ପାଇଁ ଅଜବ ଯୁକ୍ତି । ଫୋନ୍ ନଉଠାଇବାରୁ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ଘଟଣାଟି କର୍ଣ୍ଣାଟକ ଚମରାଜନଗର ଅଂଚଳରେ ଦେଖିବାକୁ ମିଳିଛି । ୨୩୦ କିଲୋମିଟର ଯାତ୍ରା କରି ବାପ ଘରେ ଥିବା ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ କିଶୋର । ସୂଚନା ଅନୁସାରେ ପୂର୍ବ ଚମରାଜନଗରରେ ପୋଲିସ କନଷ୍ଟେବଳ ଭାବେ କାମ କରୁଥିବା କିଶୋର ଡି ନିକଟରେ ବାପା ହୋଇଥିଲେ । ତାଙ୍କ ସ୍ତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ହେଲେ ପୁଅ ହେବା ପରେ ସେ ବାପ ଘରେ ଥିଲେ । କୌଣସି ବିବାଦ ନେଇ ସ୍ୱାମୀ – ସ୍ତ୍ରୀଙ୍କ ଭିତରେ ଝଗଡା ହୋଇଥିଲା । ଏହାପରେ କିଶୋର, ପତ୍ନୀ ପ୍ରତିଭାଙ୍କୁ ବାରମ୍ବାର ଫୋନ୍ କରିଥିଲେ ବି ସେ ଫୋନ୍ ଉଠାଇ ନଥିଲେ । ଦେଢଶହ ଥର ଫୋନ୍ କରିବା ପରେ ବି ପତ୍ନୀ ଫୋନ୍ ନଉଠାଇବାରୁ ୨୫୦ କିମି ଦୂର ଶ୍ୱଶୁର ଘର ଯାଇ କିଶୋର, ପତ୍ନୀ ପ୍ରତିଭାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରତିଭା ୨୪ ବର୍ଷୀୟ ହୋଇଥିବାବେଳେ କିଶୋରଙ୍କ ବୟସ ୩୨ ବର୍ଷ । ଗତବର୍ଷ ନଭେମ୍ବର ୧୧ ତାରିଖରେ ଦୁହିଁଙ୍କର ବିବାହ ହୋଇଥିଲା । ପୋଲିସ ମାମଲାରେ କିଶୋରଙ୍କୁ ଗିରଫ କରି ତଦନ୍ତ କରୁଛି । ମିଳିଥିବା ସୂଚନା ଅନୁସାରେ କିଶୋର ସବୁବେଳେ ନିଜ ପତ୍ନୀଙ୍କୁ ସନ୍ଦେହ କରୁଥିଲେ ।