ପାଲେଷ୍ଟାଇନ- ଇସ୍ରାଏଲ ଯୁଦ୍ଧ ଭିତରେ ବଳି ପଡୁଛନ୍ତି ନୀରୀହ ଶିଶୁ । ମାସକ ମଧ୍ୟରେ ଗଲାଣି ସାଢେ ୫ ହଜାର ଶିଶଙ୍କ ଜୀବନ

78

କନକ ବ୍ୟୁରୋ : ଯୁଦ୍ଧଗ୍ରସ୍ତ ଗାଜା ପାଲଟିଛି ଶିଶୁଙ୍କ କବରସ୍ଥାନ । ଆକ୍ରମଣରେ ପ୍ରତି ୧୦ମିନିଟରେ ଯାଉଛି ଜଣେ ଶିଶୁର ଜୀବନ । ଗାଜା ପଟ୍ଟିରେ ଇସ୍ରାଏଲ-ହମାସ ମଧ୍ୟରେ ଲଢେଇ ୩୩ଦିନରେ ପହଁଚିଛି । ଏହି ଘମାଘୋଟ ଯୁଦ୍ଧରେ ନୀରିହ ଜୀବନ ପ୍ରଭାବିତ ବିଶେଷ ଭାବେ ପ୍ରଭାବିତ ହୋଇଛି । ୭ଅକ୍ଟୋବରରୁ ଆରମ୍ଭ ହୋଇଥିବା ନରସଂହାରରେ ବର୍ତମାନ ପର୍ଯ୍ୟନ୍ତ ୪ହଜାର ୨୩୭ଜଣ ପାଲେଷ୍ଟାଇନର ଶିଶୁ ପ୍ରାଣ ହରାଇସାରିଥିବା ବେଳେ ୮ହଜାର ୬୭ଜଣ ଶିଶୁ ଗୁରତର ଭାବେ ଆହତ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ମୁତାବକ ଇସ୍ରାଏଲ-ହମାସ ଯୁଦ୍ଧର ଆକ୍ରମଣ ପ୍ରତିଆକ୍ରମଣରେ ପ୍ରତି ଦଶ ମିନିଟରେ ଜଣେ ଶିଶୁ ପ୍ରାଣ ହରାଉଥିବା ବେଳେ ଦୁଇ ଜଣ ଶିଶୁ ଗୁରତର ଭାବେ ଆହତ ହେଉଛନ୍ତି । ହିସାଂ ପ୍ରତିଶୋଧ ପରାୟଣ ହୋଇ ଦୁଇ ପକ୍ଷ ଲଢେଇରେ ମାତିଥିବା ବେଳେ ନୀରିହ ଶିଣୁଙ୍କ ଜୀବନ ବଳି ପଡୁଛି ।