ଆଜିଠୁ ଆରମ୍ଭ ହେଉଛି ଦେବ ଦୀପାବଳି । ଲକ୍ଷାଧିକ ଦୀପରେ ଝଲସିବ ଶ୍ରୀକ୍ଷେତ୍ର ।

141

କନକ ବ୍ୟୁରୋ: ଆଜିଠାରୁ ଶ୍ରୀକ୍ଷେତ୍ରରେ ପାଳିତ ହେବ ଦେବ ଦୀପାବଳି । ତିନି ଦିନ ଧରି ପୁରୀରେ ଘରେ ଘରେ ହେବ ଦୀପ ପ୍ରଜ୍ୱଳନ । ଆସନ୍ତାକାଲି ବଡଦାଣ୍ଡରେ ହେବ ସମୂହ ଦୀପଦାନ । ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଛତିଶାନିଯୋଗ ପକ୍ଷରୁ ୧ ଲକ୍ଷ ଦୀପ ପ୍ରଜ୍ୱଳନ ହେବ । ଏଥିରେ ଭକ୍ତଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସାମିଲ ହେବେ । ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କୁ ଉଦ୍ଦେଶ୍ୟରେ ସମୂହ ଦୀପଦାନ କରାଯିବ ।

ଦୀପଦାନ ସମାରୋହ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ହେବ ଦୀପଦାନ କାର୍ଯ୍ୟକ୍ରମ । ଏନେଇ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପତ ପ୍ରସ୍ତୁତି କରାଯାଇଛି । ଏଥିସହ ଶ୍ରୀମନ୍ଦିରରେ ବି ଦୀପ ପ୍ରଜ୍ୱଳନର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୁରୀରେ ପାଳିତ ହେଉଛି ଦେବ ଦୀପାବଳି ।