ଶାନ୍ତିମନ୍ତ୍ରରେ କମ୍ପିଲା ଧଉଳି । ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଲେ ଦେଶ ବିଦେଶର ବହୁ ବୌଦ୍ଧ ସନ୍ନ୍ୟାସୀ ।

95

କନକ ବ୍ୟୁରୋ: ସୁବର୍ଣ୍ଣ ଜୟନ୍ତୀ ପାଳନ କରିଛି ଧଉଳି ଶାନ୍ତିସ୍ତୁପ । ଦେଶ ବିଦେଶରୁ ଆସିଥିବା ବୌଦ୍ଧ ସନ୍ୟାସୀଙ୍କ ମନ୍ତ୍ର ଉଚ୍ଚାରଣରେ କମ୍ପିଛି ପୁରା ପରିବେଶ । ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ କହିଛନ୍ତି ବିଶ୍ୱ ଶାନ୍ତି ଓ ସହାବସ୍ଥାନର ବାର୍ତ୍ତା ଦେଉଛି ଏ ପବିତ୍ର ସ୍ଥାନ ।

  • ଶାନ୍ତିସ୍ତୁପ ପାଳୁଛି ସୁବର୍ଣ୍ଣ ଜୟନ୍ତୀ
  • ବୁଦ୍ଧଙ୍କ ମନ୍ତ୍ରରେ କମ୍ପୁଛି ଧଉଳି

ଓଡିଶା ସମେତ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଧଉଳି ଶାନ୍ତିସ୍ତୁପ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛି । ୫୦ ବର୍ଷ ପୂର୍ତି ଅବସରରେ ସଜେଇ ହୋଇଛି ଧଉଳି । ଉତ୍ସବରେ ଯୋଗ ଦେଇଛନ୍ତି ଦେଶ ବିଦେଶରୁ ଆସିଥିବା ବହୁ ବୌଦ୍ଧ ସନ୍ୟାସୀ । ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ କହିଛନ୍ତି ବିଶ୍ୱ ଶାନ୍ତି ଓ ସହାବସ୍ଥାନର ବାର୍ତା ଦେଉଛି ଏ ପବିତ୍ର ସ୍ଥାନ । ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ଆମ ସମସ୍ତଙ୍କ ପାଇଁ ଗର୍ବ, ଗୌରବ ଓ ଆନନ୍ଦର ପର୍ବ ।

ଧଉଳିର ଇତିହାସ ପ୍ରାୟ ୨୩ ଶହ ବର୍ଷ ପୁରୁଣା । କଳିଙ୍ଗ ଯୁଦ୍ଧ ଓ ଧଉଳି ପୃଥିବୀ ଇତିହାସରେ ଯୋଡିଛି ନୂଆ ଅଧ୍ୟାୟ । ଏହି ସ୍ଥାନ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିଲା । ହିଂସା ଓ ଯୁଦ୍ଧରୁ ଶାନ୍ତି ପ୍ରତିଷ୍ଠାର ମୁକସାକ୍ଷୀ । ଧଉଳି ଶାନ୍ତସ୍ତୁପ ଏହାକୁ ସ୍ମରଣୀୟ କରିବାକୁ ହୋଇଥିଲା ନିର୍ମାଣ । ଯାହା  ମାନବତା ଓ ବିଜୟର ବଡ ପ୍ରତୀକ । କେବଳ ଏତିକି ନୁହେଁ ଆଧୁନିକ ସ୍ଥାପତ୍ୟ କଳାର ବଡ କୀର୍ତ୍ତିରାଜି ହେଉଛି ଧଉଳି ସ୍ତୁପ ।

ସୁବର୍ଣ୍ଣ ଜୟନ୍ତୀ ଅବସରରେ ଧଉଳିକୁ ନିମନ୍ତ୍ରିତ ହୋଇଛନ୍ତି ଦେଶ ବିଦେଶର ଶତାଧିକ ବୌଦ୍ଧ ସନ୍ୟାସୀ । ବୌଦ୍ଧ ସନ୍ୟାସୀମାନେ ଶାନ୍ତି ପଦଯାତ୍ରା କରି ଅଶୋକଙ୍କ ଶିଳାନୁଶାସନ ଏବଂ ହାତୀପାର୍କକୁ ଯିବା ସହ ବୁଦ୍ଧଙ୍କ ମନ୍ତ୍ର ଉଚାରଣ କରି ଶାନ୍ତିସ୍ତୁପରେ ପହଁଚିଥିଲେ । ସେଠାରେ ସମବେତ କଣ୍ଠରେ ଉଚ୍ଚାରଣ କରିଥିଲେ ବୁଦ୍ଧମନ୍ତ୍ର । ଯାହା ସମ୍ପୂର୍ଣ୍ଣ ପରିବେଶକୁ ଭକ୍ତିମୟ କରି ଦେଇଛି ।