ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ । ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ

142

କନକ ବ୍ୟୁରୋ : ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ବିଜେପି ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାମାଙ୍କନ ଭରିଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ସେ ସମ୍ବଲପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ଭରିଛନ୍ତି । ତାଙ୍କ ପାଇଁ ସମର୍ଥକ ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ପ୍ରଣବ ପ୍ରଣବ ପ୍ରଧାନ ସମର୍ଥକ ଭାବେ ହସ୍ତାକ୍ଷର କରିଛନ୍ତି । ଗତକାଲି ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ବିଜେଡିରୁ ପ୍ରଣବ ପ୍ରକାଶ ଦାସ ମଧ୍ୟ ନାମାଙ୍କନ ଭରିଛନ୍ତି । ଧର୍ମେନ୍ଦ୍ରଙ୍କ ନାମାଙ୍କନ ବେଳେ ଦଳୀୟ ବିଧାୟକ ପ୍ରାର୍ଥୀ ଓ ଦଳର କିଛି ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ଧର୍ମେନ୍ଦ୍ର ପ୍ରଧାନ ନାମାଙ୍କନ ଭରିବା ପୂର୍ବରୁ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ମା’ ସମଲେଶ୍ୱରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢୁଛନ୍ତି । ଏହା ପୂର୍ବରୁ ସେ ବାରମ୍ବାର ବିଭିନ୍ନ ରାଜ୍ୟରୁ ରାଜ୍ୟସଭା ସାଂସଦ ଭାବେ ଚୟନ ହେଉଥିଲେ । ଏଥର ପ୍ରଥମଥର ପାଇଁ ସେ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିରୋଧରେ ବିଜେଡିର ହେଭିୱେଟ୍ କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ନିର୍ବାଚନ ଲଢୁଛନ୍ତି ।