ପ୍ରଜ୍ୱଳ ରେବନ୍ନା ସେକ୍ସ ସ୍କାଣ୍ଡାଲ ନେଇ ମୁହଁ ଖୋଲିଲେ ଦେବେଗୌଡା । କହିଲେ, ମୋ ନାତି ଯଦି ଦୋଷ କରିଛି ତେବେ …

293

କନକ ବ୍ୟୁରୋ : ଜେଡିଏସ ସାଂସଦ ପ୍ରବଳ ରେବନ୍ନାଙ୍କ ବିରୋଧରେ ଆସିଥିବା ସେକ୍ସ ସ୍କାଣ୍ଡାଲ ମାମଲାରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ତାଙ୍କ ଜେଜେବାପା ତଥା ଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି ଦେବେଗୌଡା । ଶନିବାର ଦିନ ସେ କହିଛନ୍ତି କି ଯଦି ମୋ ନାତି ଦୋଷୀ ସାବ୍ୟସ୍ତ ହୁଏ ତେବେ ତା ଉପରେ ଯେଉଁ କାର୍ଯ୍ୟାନୁଷ୍ଠାନ ହେବ ସେ ନେଇ ତାଙ୍କର କୌଣସି ଅଭିଯୋଗ ନାହିଁ । ଏହାସହ ପ୍ରଜ୍ୱଳ ରେବନ୍ନାଙ୍କ ପିତା ତଥା ବିଧାୟକ ଏଚଡି ରେବନ୍ନାଙ୍କ ବିରୋଧରେ ଜଣେ ମହିଳାଙ୍କୁ ଯୌନ ଶୋଷଣ ଓ ଅପହରଣ ମାମଲା କୋର୍ଟରେ ବିଚାରଧିନ ଥିବାରୁ ଏନେଇ କିଛି କହିନାହାଁନ୍ତି ଦେବେଗୌଡା ।

ଗଣମାଧ୍ୟମକୁ ସମ୍ବୋଧିତ କରି ଏଚଡି ଦେବେଗୌଡା କହିଛନ୍ତି କି, ମୁଁ ସେହି ସବୁ ମାମଲା ଉପରେ ଟିପ୍ପଣୀ କରିବାକୁ ଚାହୁଁନାହିଁ ଯେଉଁ ମାମଲା ବିଚାରଧୀନ ରହିଛି । ପ୍ରଜ୍ୱଳ ରେବନ୍ନା ବିଦେଶ ଫେରାର ହୋଇଯିବା ଉପରେ କୁମାର ସ୍ୱାମୀ କହିଛନ୍ତି କି, ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ନେବା ସରକାରଙ୍କ କର୍ତ୍ତବ୍ୟ । ଏହାସହ ଏହି ମାମଲାରେ ଯେଉଁମାନେ ଜଡିତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପୀଡିତାଙ୍କୁ ନ୍ୟାୟ ଦେବାକୁ କୁମାର ସ୍ୱାମୀ କହିଛନ୍ତି ।