ଦେଶରେ ୨୦ରୁ ୩୦ ବର୍ଷ ପ୍ରଭାବଶାଳୀ ରହିବ ବିଜେପି । ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ ।

624

କନକ ବ୍ୟୁରୋ : ଦେଶର ରାଜନୀତିରେ ବିଜେପି ଆଗାମୀ ୨୦ରୁ ୩୦ବର୍ଷ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ । ନିର୍ବାଚନରେ ବିଜେପିକୁ ହରାଇବା ଅନ୍ୟଦଳମାନଙ୍କ ପାଇଁ କାଠିକର ପାଠ ସାବ୍ୟସ୍ତ ହେବ । ଏବେ ଏଭଳି ଏକ ବଡ ଦାବି କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ଏକ ଦୈନିକ ଖବରକାଗଜ ସହ ସାକ୍ଷାତକାର ଦେଇ ପ୍ରଶାନ୍ତ ଏଭଳି କିଛି ବୟାନ ଦେବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଶାନ୍ତ କିଶୋର କହିଛନ୍ତି ୧୯୯୦ ପର୍ଯ୍ୟନ୍ତ କଂଗ୍ରେସ ଦଳ ହିଁ ଦେଶର ରାଜନୀତିରେ କେନ୍ଦ୍ରବିନ୍ଦୁ ଥିଲା । ଯାହା ବର୍ତମାନ ବିଜେପି ନିକଟରେ ଦେଖିବାକୁ ମିଳୁଛି । ବର୍ତମାନ ସ୍ଥିତି କହୁଛି ଆସନ୍ତା ୨ରୁ ୩ଦଶକ ପର୍ଯ୍ୟନ୍ତ ଦେଶର ରାଜନୀତିରେ କେନ୍ଦ୍ରରେ ବିଜେପି ହିଁ ରହିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଦଳ ଏଭଳି ଏକ ସ୍ଥିତିରେ ପହଁଚିସାରିଛି ଯେଉଁଠି ତାଙ୍କୁ ଚ୍ୟାଲେଂଜ ଦେବା ସହଜ ନୁହେଁ । ରାଜନୀତିରେ ପ୍ରାସଙ୍ଗିକ ରହିବା ଆବଶ୍ୟକ ଯେଉଁଥିରେ କଂଗ୍ରେସ ବେଶ ପଛ୍ରୁଆ ରହିିଛି ।