ମା’ ଦୁର୍ଗାଙ୍କ ବିଷୟରେ ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ପ୍ରଫେସର୍ !

41

କନକ ବ୍ୟୁରୋ : ଚାଲିଛି ନବରାତ୍ରୀ । ଧରାପୃଷ୍ଠକୁ ଓହ୍ୱାଇବେ ଜଗଦଜନନୀ ମା’ ଦୁର୍ଗା । ଉତ୍ସବମୁଖର ସମଗ୍ର ଦେଶ । ଏହି ସମୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର୍ ଦୁର୍ଗାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଆସିଛନ୍ତି ଚର୍ଚ୍ଚାକୁ । ଯାହାକୁ ନେଇ ସମଗ୍ର ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି ।

ପ୍ରଫେସର୍ କେଦାର କୁମାର ମଣ୍ଡଳ ନିଜ ଫେସବୁକରେ ପୋଷ୍ଟ କରି କହିଛନ୍ତି ଭାରତୀୟ ପୁରାଣରେ ମା’ ଦୁର୍ଗା ହେଉଛନ୍ତି ସେକ୍ସି ବେଶ୍ୟା । କେଦାରଙ୍କ ଏହି ପୋଷ୍ଟ କିନ୍ତୁ ହଜମ କରିପାରିନାହାଁନ୍ତି ଦେଶବାସୀ । ପୋଷ୍ଟ କରିବା ପରେ ଖୁବ୍ ସମାଲୋଚନାର ଶିକାର ହୋଇଛନ୍ତି କେଦାର । ଅନେକ ଲୋକ କମେଂଟ୍ କରି କହିଛନ୍ତି ଏପରି ପୋଷ୍ଟ କଲେ ପାପର ଦାଗ ଲିଭି ନଥାଏ ।

ତେବେ ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଥିବାରୁ ତାଙ୍କ ନାଁରେ ମାମଲା ରୁଜୁ କରିଛି ଦିଲ୍ଲୀ ୟୁନିଭର୍ସିିଟିର ନ୍ୟାସନାଲ୍ ଡେମୋକ୍ରେଟିକ୍ ଟିଚରର୍ସ ଫ୍ରଣ୍ଟ୍ ।