ଆଜି ପ୍ରକାଶ ପାଇବ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଫଳାଫଳ । ସକାଳ ୮ ଟାରୁ  ଭୋଟ ଗଣତି, ସନ୍ଧ୍ୟା ସୁଦ୍ଧା ରେଜଲ୍ଟ ।

90

କନକ ବ୍ୟୁରୋ: ଆଜି ପ୍ରକାଶ ପାଇବ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଫଳାଫଳ । ସକାଳ ୮ ଟାରୁ  ଭୋଟ ଗଣତି ହୋଇ ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ । ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟ ମୁତାବକ ଏଥର ବିଜେପିକୁ ହରାଇ ନିର୍ବାଚନ ଜିତିପାରେ ଆପ୍ । ପ୍ରତ୍ୟକ୍ଷ ନିର୍ବାଚନରେ କିଏ ହେଉଛନ୍ତି ମେୟର ତା ଉପରେ ରହିଛି ନଜର ।

ଦିଲ୍ଲୀରେ ମୋଟ ୨୫୦ଟି ୱାର୍ଡରେ ହୋଇଛି ମତଦାନ । ୫୬ ହଜାର ଇଭିଏମରେ ସୁରକ୍ଷିତ ଅଛି ୭୩ ଲକ୍ଷ ୨୦ ହଜାର ୫୭୭ ଭୋଟ । ୪୨ ଟି ସେଂଟରରେ ଭୋଟଗଣତିର ବ୍ୟବସ୍ଥା କରାଯାଇଛି । ଯେପରି କୌଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହୁଏ ତାକୁ ଆଖିଆଗରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ ୫୦ ପ୍ରତିଶତରୁ ଅଧିକ ଦିଲ୍ଲୀରେ ମତଦାନ ହୋଇଛି । ମୋଟ ଉପରେ ୧ ହଜାର ୩ ଶହ ୪୯ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ୨୦୧୭ ଏହି ନିର୍ବାଚନରେ ୨୭୦ଟି ୱାର୍ଡରୁ ବିଜେପି ୧୮୧ରେ ବିଜୟୀ ହୋଇଥିବା ବେଳେ ଆପ୍ ୪୮ ଟି ସିଟ୍ ଜିତିଥିଲା ।