ଆସନ୍ତାକାଲି ଆସିବ ପଦ୍ମପୁର ଫଳ । ଇଭିଏମ୍ ଖୋଲିଲେ ଜଣାପଡ଼ିବ ପଦ୍ମପୁରରେ କାହାକୁ ନେତା ବାଛିଲେ ଜନତା

121

କନକ ବ୍ୟୁରୋ : ଆସନ୍ତାକାଲି ଆସିବ ପଦ୍ମପୁର ଫଳ । ଇଭିଏମ୍ ଖୋଲିଲେ ଜଣାପଡ଼ିବ ପଦ୍ମପୁରରେ କାହାକୁ ନେତା ବାଛିଲେ ଜନତା । ଫଳାଫଳ ଆସିବା ପୂର୍ବରୁ କିନ୍ତୁ ଏପଟେ ନିଜ ନିଜ ହିସାବରେ ଅଙ୍କକଷି ବିଜୟର ଦମ୍ଭ ଦେଖାଇଛନ୍ତି ଶାସକ ବିଜେଡି ଓ ବିରୋଧୀ ବିଜେପି । ଏହି ବୟାନବାଜି ଭିତରେ କିନ୍ତୁ, ପଦ୍ମପୁର ଉପ-ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି ।

୨୦୧୯ ନିର୍ବାଚନରେ ପଦ୍ମପୁରରେ ୭୯ ଦଶମିକ ୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଏଥର ୮୧ ଦଶମିକ ୨୯ ପ୍ରତିଶତ ମତଦାନ ହୋଇଛି । ନିର୍ବାଚନୀ ଗଣିତର ହିସାବ କହୁଛି ଭୋଟ ପ୍ରତିଶତ ବଢ଼ିଲେ, ସାଧାଣତଃ ଶାସକ ଦଳର ବିପକ୍ଷରେ ଯାଏ । ହେଲେ ବିଜେଡି ଏହି ଯୁକ୍ତିକୁ ଖଣ୍ଡନ କରିଛି । ଏସବୁ ଭିତରେ କିନ୍ତୁ ଖାରବେଳ ସ୍ୱାଇଁ ବୟାନ ଏକ ରୋଚକ ରାଜନୀତି ସୃଷ୍ଟି କରିଛି ।