ପୁଣି ରଣକ୍ଷେତ୍ର ପାଲଟିଲା ଦିଲ୍ଲୀ ଏମସିଡି। ଷ୍ଟାଣ୍ଡିଂ କମିଟି ନିର୍ବାଚନ ବେଳେ ହଙ୍ଗାମା।

127

କନକ ବ୍ୟୁରୋ: ପୁଣି ରଣକ୍ଷେତ୍ର ପାଲଟିଲା ଦିଲ୍ଲୀ ଏମସିଡି । ଷ୍ଟାଣ୍ଡିଂ କମିଟି ନିର୍ବାଚନର ଗଣତି ହୋଇଥିଲା, ଯାହାକୁ ନେଇ ଆମ୍ ଆଦମୀ ପାର୍ଟି ଓ ବିଜେପି କାଉନସିଲରଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା । ପରିସ୍ଥିତି ଏପରି ହେଲା ଯେ, କାଉନସିଲରମାନେ ପରସ୍ପରକୁ ଚାପୁଡା, ବିଧା, ଧକ୍କା ମାରିବାକୁ ପଛାଇ ନଥିଲେ । ଏମିତିକି ପରସ୍ପରର ଚୁଟି ଟଣାଟଣି ମଧ୍ୟ କରିଥିଲେ । ହଙ୍ଗାମା ଭିତରେ ଜଣଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଛି । ମହିଳା କାଉନସିଲର ମଧ୍ୟ ପରସ୍ପର ମଧ୍ୟରେ ମାରପିଟ୍ ହୋଇଥିଲେ ।

ଏମସିଡି ଷ୍ଟାଣ୍ଡିଂ କମିଟିର ଭୋଟ୍ ଗଣତି ବେଳେ ଉଭୟ ଦଳ ମଧ୍ୟରେ ହଙ୍ଗାମା ଦେଖିବାକୁ ମିଳିଥିଲା । ମେୟର ଶେଲୀ ଓବରୟ ଗୋଟିଏ ଭୋଟକୁ ଅଯୋଗ୍ୟ ଘୋଷଣା ପରେ ବିଜେପି କାଉନସିଲର ଗୃହ ଭିତରେ ଖୁବ୍ ଉତ୍ତେଜନା ହୋଇଥିଲା । ସୂଚନା ଅନୁସାରେ ଷ୍ଟାଣ୍ଡିଂ କମିଟି ନିର୍ବାଚନରେ ୨୫୦ କାଉନସିଲରଙ୍କ ମଧ୍ୟରୁ ୨୪୨ ଜଣ ମତଦାନ ଦେଇଥିଲେ । କଂଗ୍ରେସର ୮ଜଣ କାଉନସିଲର ଭୋଟ୍ ଦେଇନାହାନ୍ତି । କିନ୍ତୁ ଯେତେବେଳେ ଭୋଟ୍ ଗଣତି ଆରମ୍ଭ ହେଲା, ମେୟର ଗୋଟିଏ ଭୋଟକୁ ନାକଚ କରିଦେଇଥିଲେ, ଯାହାକୁ ବିରୋଧ କରିଥିଲା ବିଜେପି । ସେପଟେ ଏମସିଡିରେ ଅଶୋଭନୀୟ ଆଚରଣ ପାଇଁ ଉଭୟ ବିଜେପି ଓ ଆପ୍ ପରସ୍ପର ବିରୋଧରେ ଆରୋପ-ପ୍ରତ୍ୟାରୋପ ଲଗାଇଛନ୍ତି । ଆମ୍ ଆଦମୀ ପାର୍ଟି ଅଭିଯୋଗ ଆଣିଛି ଯେ ବିଜେପି କାଉନସିଲରମାନେ ମେୟରଙ୍କ ଉପରକୁ ଆକ୍ରମଣ କରିଛନ୍ତି ।