ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକକୁ ଧକ୍କା ଦେଲା ଟ୍ରକ୍ ; ୪ କାଉଡିଆଙ୍କ ମୃତ୍ୟୁ, ୧୫ ଆହତ

2,440

କନକ ବ୍ୟୁରୋ : ଟ୍ରକକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ୪ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଟ୍ରକ୍‌ ଦୁଇଟିରୁ ଗୋଟିଏ କାଉଡ଼ିଆଙ୍କୁ ନେଇ ହରିଦ୍ୱାର ଅଭିମୁଖେ ଯାଉଥିଲା ।  ଦିଲ୍ଲୀକୁ ଆସୁଥିବା ଟ୍ରକ୍‌ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ‘ଡିଭାଇଡର୍‌’ ଟପି ହରିଦ୍ୱାର ଯାଉଥିବା ଟ୍ରକ୍‌ ସହିତ ଧକ୍କା ହୋଇଥିଲା ।

ଅଭିଯୁକ୍ତ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ଆଲିପୁର ଥାନାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଚିତ୍ର ଦେଖିଲେ ସ୍ପଷ୍ଟ ବାରି ହେଉଛି । ଟ୍ରକ ଦୁଇଟି ଚୁରମାର ହୋଇ ଯାଇଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ଟ୍ରକଟି କିପରି ହଠାତ୍ ଭାରସାମ୍ୟ ହରାଇଲା ପୋଲିସ ଜାଣିବାକୁ ଚେଷ୍ଟା କରୁଛି । ଏହା ଡ୍ରାଇଭରଙ୍କ ତ୍ରୁଟି ନା ଯାନ୍ତ୍ରିକ ତ୍ରୁଟି ?