କନକ ବ୍ୟୁରୋ : ବୋହୂକୁ ବିବାହ କରିବା ପାଇଁ ପୁଅକୁ ହତ୍ୟାକଲେ ୬୨ ବର୍ଷିୟ ବ୍ୟକ୍ତି । କେବେଳ ଯେ ମାରିଦେଲେ ତା’ନୁହେଁ ଅତି ନୃଶଂସଭାବେ ପୁଅର ଶବକୁ ଖଣ୍ଡ ଖଣ୍ଡ ମଧ୍ୟ କରିଦେଲା ଅଭିଯୁକ୍ତ । ପଞ୍ଜାବରେ ଘଟିଛି ଏପରି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ମଙ୍ଗଳବାର ରାତିରେ ୪୦ ବର୍ଷିୟ ପୁଅକୁ ହତ୍ୟା କରିଥିବା ଅଭିଯୋଗରେ ଫରିଦକୋଟର ଜାଇତୁ ସବ୍-ଡିଭିଜନ୍ ଅନ୍ତର୍ଗତ ଦାବ୍ରି ଖାନା ଗ୍ରାମର ଜଣେ ୬୨ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣଙ୍କର ମୃତ ପୁତ୍ରଙ୍କର ପତ୍ନୀଙ୍କ ସହ ଅବୈଧ ସମ୍ପର୍କ ଥିଲା ବୋଲି କୁହାଯାଇଛି । ପୁଅ ରାଜଓ୍ଵିନ୍ଦର ସିଂହ ତା’ କୋଠରିରେ ଶୋଇଥିବା ସମୟରେ ଅଭିଯୁକ୍ତ ଛୋଟା ସିଂହ ତାଙ୍କୁ ଗୋଟାଏ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଥିଲେ । ହତ୍ୟା କରିବା ପରେ ସେ ପୁଅର ଶବକୁ ଖଣ୍ଡ ଖଣ୍ଡ କରି କାଟି ପ୍ଲାଷ୍ଟିକ୍ ମୁଣାରେ ପୂରାଇ ନର୍ଦ୍ଦମାରେ ଫିଙ୍ଗି ଦେଇଥିଲେ।
Kanak News is now on WhatsApp
Join and get latest news updates delivered to you via WhatsApp
ପୁଲିସ କହିବା ଅନୁସାରେ, ପ୍ଲାଷ୍ଟିକ୍ ମୁଣାକୁ ଫିଙ୍ଗିବାକୁ ଗଲାବେଳେ ତାଙ୍କ ପୁତୁରା ଗୁରୁଚରଣ ସିଂହଙ୍କ ନିଦ ଭାଙ୍ଗିଗଲା । ଘରେ ରକ୍ତ ଛିଟା ଦେଖି ସେ ଜାଣିଲେ କି, ଛୋଟା ରାଜଓ୍ଵିନ୍ଦର୍ଙ୍କୁ ହତ୍ୟା କରିଛନ୍ତି । ତୁରନ୍ତ ସେ ତାଙ୍କୁ କାବୁ କରି ପୁଲିସରେ ଦେଇଥିଲେ। ମୃତ ରାଜଓ୍ଵିନ୍ଦର୍ଙ୍କ ବଡ଼ଭାଇ ରାଜଓ୍ଵିର୍ ସିଂହ ୧୨ ବର୍ଷ ତଳେ ଯଶବୀର କୌର୍ଙ୍କୁ ବିଭା ହୋଇଥିଲେ ଓ ସେମାନଙ୍କର ଦୁଇଟି ପିଲା ଅଛନ୍ତି । ଯଶବୀରଙ୍କ ସହ ଅବୈଧ ସମ୍ପର୍କ ଥିବା ଅଭିଯୋଗରୁ ବାପା ଛୋଟା ଓ ପୁଅ ମଧ୍ୟରେ ଗଣ୍ଡୋଗୋଳ ଲାଗିରହିଥିଲା । ଛୋଟା ଯଶବୀରଙ୍କୁ ବିବାହ କରିବାକୁ ଯୋଜନା କରୁଥିବା କଥା ପୁଲିସ କହିଛି।