ପ୍ରେମ ପରେ ପ୍ରତାରଣା : ପ୍ରେମିକାକୁ ବଳ ପୂର୍ବକ ବିଷ ପିଆଇଥିଲା ପ୍ରେମିକ; ମୃତ୍ୟୁ ସହ ୫ ଦିନ ସଂଗ୍ରାମ କରି ଆଖି ବୁଜିଲେ ପୀଡ଼ିତା

312

କନକ ବ୍ୟୁରୋ : ପ୍ରେମ ପରେ ପ୍ରତାରଣା । ବାହା ହେବାକୁ ଜିଦି କରିବାରୁ ପ୍ରେମିକାକୁ ବିଷ ପିଆଇ ପ୍ରେମିକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ଥାନାରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଯୁବତୀଙ୍କ ପରିବାର । ଗତ ୧୨ ତାରିଖରେ ପ୍ରେମିକା ମନ୍ଦିରରୁ ଫେରିବା ବେଳେ ପ୍ରେମିକ ବଳପୂବର୍କ ବିଷ ପିଆଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ସହ ୫ ଦିନ ସଂଗ୍ରାମ କରିବା ପରେ ଗତକାଲି ପୀଡିତାଙ୍କ ମୃତ୍ୟୁ ହୋଇଯାଇଛି ।

ସେପଟେ ଅଭିଯୁକ୍ତ ପ୍ରେମିକ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁସାରେ ଡେଲାଙ୍ଗ ଥାନା ଅଞ୍ଚଳର ଜୈନିକ ଯୁବତୀଙ୍କୁ ବିଶମ୍ବର ମହାପାତ୍ର ୨ ବର୍ଷ ହେଲା ପ୍ରେମ କରୁଥିଲେ । ବିବାହର ପ୍ରଲୋଭନ ଦେଖାଇ ଦୈହିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ବିବାହ ପାଇଁ ଯୁବତୀ ଜିଦ୍ କରିବାରୁ ଗତ ୧୨ ତାରିଖରେ ମନ୍ଦିରରୁ ଫେରୁଥିବା ପ୍ରେମିକାକୁ ବଶମ୍ବର ବଳପୂର୍ବକ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଡେଲାଙ୍ଗ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ବେଳେ ମେଡିକାଲରେ ପୀଡିତାଙ୍କ ମୃତ୍ୟୁ ହୋଇଯାଇଛି ।