ଭାରତକୁ ଘେରିବାକୁ ଚୀନର ଚାଲ୍ । ଏଲଏସିରେ ହାଇୱେ ବନାଇବାରୁ ଚୀନ କରୁଛି ବଡ ଯୋଜନା

197

କନକ ବ୍ୟୁରୋ : ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଟ । ଠିକ୍ ଏହି ଲୋକବାଣୀ ପରି ବର୍ତ୍ତମାନ ଚୀନ୍ ତାର ମନମାନୀ ଚଲାଇଛି । ଦୀର୍ଘଦିନ ହେବ ଏଲଏସିରେ ଭାରତ ଚୀନ ମଧ୍ୟରେ ଆଲୋଚନା ପାଇଁ ବୈଠକ ଉପରେ ବୈଠକ ବସୁଥିଲେ ବି ଚୀନ୍ ତାର ବିସ୍ତାରବାଦି ନିତିକୁ ଛାଡୁନି । ଏଲଏସିରେ ଚୀନ୍ ନୂଆ ହାଇୱେ ବନାଇବାକୁ ଯୋଜନା କରୁଛି ।
ମିଳିଥିବା ରିପୋର୍ଟ ଅନିଯାୟୀ, ତିବତ୍ତର ଲୁଂଜଠାରୁ ନେଇ ସିଂଙ୍ଗଜିଆ କ୍ଷେତ୍ରଯାଏଁ ଦୀର୍ଘଗାମୀ ହାଇୱେ ବନାଇବାକୁ ଯୋଜନା କରୁଛି ଚୀନ୍ । ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଲୁଞ୍ଜ କାଉଣ୍ଟି ଅରୁଣାଚଳ ପ୍ରଦେଶର ଏକ ଅଂଶ, ଯାହାକୁ ଚୀନ୍ ଦକ୍ଷିଣ ତିବ୍ଦତର ଏକ ଅଂଶ ବୋଲି କହିଛି। ଜି -୬୬୫ ନାମରେ ଜଣାଶୁଣା ଏହି ରାଜପଥ ଗତ ସପ୍ତାହରେ ପ୍ରକାଶିତ ଯୋଜନା ଅନୁଯାୟୀ କୋନା କାଉଣ୍ଟି ଦେଇ ଯିବ ବୋଲି ଆଶା କରାଯାଉଛି। ଏହା ପ୍ରକୃତ ନିୟନ୍ତ୍ରଣ ରେଖା (ଖଇଉ)ର ଠିକ୍ ଉତ୍ତରରେ ଅବସ୍ଥିତ

ତେବେ ଚୀନର ଏହି ବିସ୍ତାରବାଦୀ ନୀତିକୁ ନେଇ ଭାରତୀୟ ସେନା କହିଥିଲା । ଏଲଏସି ନିକଟରେ ବଡ ପରିମାଣରେ ଚୀନ୍ ନିଜର ଇମଫାଷ୍ଟ୍ରକଚର୍ ଡେଭଲପ୍ କରୁଛି । ଚୀନ୍ ସୀମା ନିକଟରେ ସଡକ, ରେଳ ଏବଂ ଏୟାର କନେକ୍ଟିଭିଟି ବଡାଉଛି । ଏହାଦ୍ୱାରା ପିଏଲଏର କ୍ଷମତା ବଢିବ । ତେଣୁ ସ୍ଥିତିକୁ ମୁକାବିଲା କରିବା ପାଇଁ ଆମେ ବି କ୍ଷମତା ଏବଂ ମେକାନିଜିମର ବିକାଶ କରୁଛୁ । ତେବେ କୁହାଯାଉଛି କି ଚୀନ୍ ଏଲଏସି ନିକଟରେ ହାଇୱା ନିର୍ମାଣ କରି ଭାରତକୁ ଘେରିବାର ପ୍ଲାନ୍ ବନାଉଛି ।