ଭୁବନେଶ୍ୱରରେ ଜମତାରା ଗ୍ୟାଙ୍ଗ ସକ୍ରିୟ: ‘ଏନି ଡେସ୍କ’ ଆପ୍ ଠାରୁ ଦୂରେଇ ରହିବାକୁ ଡିସିପିଙ୍କ ପରାମର୍ଶ 

479

କନକ ବ୍ୟୁରୋ: ଭୁବନେଶ୍ୱରରେ ଜମତାରା ଗ୍ୟାଙ୍ଗ ସକ୍ରିୟ ଥିବା ଡିସିପିଙ୍କ ସୂଚନା । ସାଇବର ଠକେଇ ନେଇ ସୂଚନା ଦେଲେ ଭୁବନେଶ୍ୱର ଡିସିପି । ପଞ୍ଜାବ, ରାଜସ୍ଥାନ, ଗୁଡଗାଓଁ ଓ ବାଙ୍ଗାଳୁରୁରୁ ଆସୁଛି ଫ୍ରଡ କଲ୍ । ଏନି ଡେସ୍କ ଆପ୍ଲିକେସନ ଡାଉନଲୋଡ ନକରିବାକୁ ପରାମର୍ଶ ଦେଲେ ଡିସିପି । ଏହି ଆପ ଜରିଆରେ ହେଉଛି ଅଧିକ ଠକେଇ ।

ସେହିପରି ଠକେଇ ନେଇ ତଥ୍ୟ ଦେଇଛି ଭୁବନେଶ୍ୱର ସାଇବର ସେଲ । ଫେବୃଆରୀରୁ ଡିସେମ୍ବର ୧୫ ଯାଏଁ ଠକେଇର ତଥ୍ୟ । ଭୁବନେଶ୍ୱରରେ ପ୍ରାୟ ୭ କୋଟି ଠକିଛନ୍ତି ସାଇବର ଠକ । ମୋଟ ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା ଠକିଛନ୍ତି ଠକ ।

ଏଥିରୁ ୯୧, ୪୦, ୫୩୦ ଟଙ୍କା ଠକଙ୍କ ଠାରୁ ଫେରିଛି 

୫୬, ୭୧, ୩୪୦ ଟଙ୍କାକୁ ବ୍ଲକ କରାଯାଇଛି 

ସାଇବର ଠକେଇ ନେଇ ୬୭ଟି ମାମଲା ରୁଜୁ ହୋଇଛି 

୧୩ ଜଣ ସାଇବର ଠକଙ୍କୁ ଗିରଫ କରାଯାଇଛି