କଟକରେ ହନିଟ୍ରାପ୍ : ପ୍ରଥମେ ପ୍ରେମ ଓ ପରେ ବିବାହ ପ୍ରତିଶ୍ରୁତି ଦେଇ ଠକିଦେଲା ବିଦେଶୀ ବର

230

କନକ ବ୍ୟୁରୋ : କଟକରେ ହନିଟ୍ରାପ୍ । ପ୍ରଥମେ ପ୍ରେମ ଓ ପରେ ବିବାହ ପ୍ରତିଶ୍ରୁତି ଦେଇ ବିଦେଶୀ ବର ଠକିଦେଇଛି । କଟକ ବିଡାନାସୀ ଅଞ୍ଚଳର ଯୁବତୀଙ୍କଠାରୁ ଲୁଟିନେଲା ୭ଲକ୍ଷ ୯୫ହଜାର ଟଙ୍କା । ସ୍କଟଲ୍ୟାଣ୍ଡରେ ଘର ଲଣ୍ଡନରେ ଜାହାଜରେ ଇଞ୍ଜିନିୟର ଥିବା ଦର୍ଶାଇ ଯୁବତୀଙ୍କ ଠାରୁ ଟଙ୍କା ବିଦେଶୀ ବର ଠକି ନେଇଛନ୍ତି । ଏହାକୁ ନେଇ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ । କଟକ ବିଡାନାସୀ ଅଞ୍ଚଳର ଯୁବତୀ ପ୍ରଥମେ ଘରୋଇ କମ୍ପାନୀରେ ପାର୍ଟ ଟାଇମ୍ କାମ କରନ୍ତି ।

ବାପା- ମାଆଙ୍କ ଦେହାନ୍ତ ହୋଇଯାଇଥିବାରୁ ଘରେ ଆର୍ଥିକ ସମସ୍ୟା ଲାଗି ରହୁଥିଲା । ବାପାଙ୍କ ଆକାଉଣ୍ଟରେ କିଛି ଟଙ୍କା ଥିଲା । ଗତ ଦୁଇମାସ ତଳେ ଯୁବତୀ ଜଣଙ୍କ ଇନଷ୍ଟାଗ୍ରାମରେ ଅହମ୍ମଦ ଡାନିଏଲ ନାମକ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ । ଯୁବକ ଜଣଙ୍କ ନିଜକୁ ସ୍କଟଲ୍ୟାଣ୍ଡ ବାସିନ୍ଦା କହିଥିବାବେଳେ ଲଣ୍ଡନରେ ଜାହାଜରେ ଇଞ୍ଜିନିୟର ଥିବା କହିଥିଲେ । ମୋଟା ଅଙ୍କର ଡଲାର ରୋଜଗାର କରୁଥିଲେ ବୋଲି ଡାନିଏଲ ଯୁବତୀଙ୍କୁ କହିଥିଲେ । ପ୍ରଥମେ ପ୍ରେମ ଆବେଦନ କରିଥିଲେ ଓ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଟଙ୍କା ଠକି ନେଇଥିଲେ ।