ଗୁଜରାଟ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ବିଷାକ୍ତ ଗ୍ୟାସ ଯୋଗୁଁ ଜନସାଧାରଣ ଅସ୍ତବ୍ୟସ୍ତ

96

କନକ ବ୍ୟୁରୋ : ଗୁଜରାଟ ବାଲସାଡ ନିକଟରେ ଥିବା ଜିଆଇଡିସି କ୍ୟାମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଭାବେ ନିଆଁ ଲାଗିଛି । ଏଠାରେ ନିଆଁ ଲାଗିବା ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ହେଲେ ଏହି ଅଗ୍ନିକାଣ୍ଡରେ କେତେ ଆହତ ହୋଇଛନ୍ତି ବା କେତେ ଲୋକଙ୍କର ମୃତ୍ୟୁ ହୋଇଛି ସେନେଇ ଏପର୍ଯ୍ୟନ୍ତ କିଛି ସୂଚନା ଆସି ନାହିଁ । ଅନ୍ୟପଟେ ନିଆଁକୁ ଆୟତ କରିବା ପରେ ନିଆଁ ଲାଗିବାର କାରଣ ଖୋଜାଯାଉଛି । ସେପଟେ ଏହା ଏକ କେମିକାଲ ଫ୍ୟାକ୍ଟ୍ରି ହୋଇଥିବାରୁ ନିଆଁ ଲାଗିବା ପରେ ଯେଉଁ ବିଷାକ୍ତ ଗ୍ୟାସ ଓ ଧୂଆଁ ବାହାରିଛି ସେଥିରେ ସ୍ଥାନୀୟ ଲୋକ ଅଣନିଶ୍ୱାସୀ ହୋଇପଡିଛନ୍ତି ।