ଆତ୍ମହତ୍ୟାରେ ୧ ନମ୍ବର କଟକ ସହର। କରୋନା କାଳରେ ଜୀବନ ହରାଇଛନ୍ତି ୧୫ ଶହରୁ ଅଧିକ।

104

କନକ ବ୍ୟୁରୋ: ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା । ରାଜଧାନୀରେ ୨ସପ୍ତାହରେ ୧୦ ଆତ୍ମହତ୍ୟା । ଗତ ଜୁନ୍ ୧୯ରେ ନୟାପଲ୍ଲୀ ରହୁଥିବା ଭଡାଘରେ ଆତ୍ମହତ୍ୟା କରିଥିଲେ ଟିଭି ଅଭିନେତ୍ରୀ ରଶ୍ମୀରେଖା ଓଝା । ଜୁନ୍ ୨୪ ରେ ପ୍ରାଚୀ ବିହାରରେ ରହୁଥିବା ଓଲିଉଡ୍ ଖଳନାୟକ ରାଇମୋହନ ପରିଡା ଆତ୍ମହତ୍ୟା କରିଥିଲେ । ନିଜ ଘରେ କେହି ନଥିବାବେଳେ ରଶି ଲଗାଇ ଝୁଲି ପଡିଥିଲେ । ଠିକ ପରେ ଜୁଲାଇ-୨ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିବା ସାମନାକୁ ଆସିଥିଲା । ସିନିୟରଙ୍କ ରାଗିଂ ସହିନପାରି ଆତ୍ମହତ୍ୟା କରିଥିବା ସେ ସୁଇସାଇଡ୍ ନୋଟରେ ଲେଖି ଯାଇଥିଲେ । ଜୁଲାଇ ୫ରେ ଆଚାର୍ଯ୍ୟବିହାରରେ ଏକ ଘରୋଇ

କଲେଜରେ ପଢ଼ୁଥିବା ଏମସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା କରିଥିଲେ । କେବଳ ଏତିକି ନୁହେଁ ୫ ଜଣ ଆତ୍ମହତ୍ୟା ଉଦ୍ୟମ କରି ରାଜଧାନୀ ଭୁବନେଶ୍ୱରରେ ବିଫଳ ହୋଇଛନ୍ତି । ସେପଟେ ଓଡିଶାରେ ଆତ୍ମହତ୍ୟାର ହଟସ୍ପଟ୍ କଟକ । କରୋନା କାଳରେ ଜୀବନ ହାରିଛନ୍ତି ୧୫ଶହ । ରାଜ୍ୟରେ ଆତ୍ମହତ୍ୟା ସଂଖ୍ୟା ବଢ଼ି ଚାଲିଥିବାବେଳେ ରାଜ୍ୟ ପୁଲିସ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଇଛି ତାହା ଚମକାଇ ଦେବା ଭଳି । ଏକମାତ୍ର ସହର ଭାବେ ଆତ୍ମହତ୍ୟାର ହଟସ୍ପଟ ପାଲଟିଛି କଟକ ସହର । କରୋନାର ଦୁଇଟି ଲହରରେ କଟକରେ ସର୍ବାଧିକ ୧ହଜାର ୪୪୦ ଜଣ ଆତ୍ମହତ୍ୟା କରିଛନ୍ତି । ଦୁଇ ବର୍ଷରେ ଓଡ଼ିଶାରେ ଆତ୍ମହତ୍ୟା କରିଛନ୍ତି ୧୧ହଜାର ୩୩୯ ଜଣ । ୨୦୨୧ରେ ଆତ୍ମହତ୍ୟା କରିଛନ୍ତି୫ହଜାର ୭୭୦ ଜଣ । ୨୦୨୦ରେ ଆତ୍ମହତ୍ୟା କରିଛନ୍ତି୫ହଜାର ୫୬୯ ଜଣ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୧୪ରୁ ୨୫ ବର୍ଷ ବୟସ୍କଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା ଅଧିକ ହେଉଛି । ଯାହାକି ଚିନ୍ତାର ବିଷୟ । ଆଉ ଏହି ଆତ୍ମହତ୍ୟା ପଛର ପମୁଖ କାରଣ ମାନସିକ ବିଷାଦ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ । ମାନସିକ ବିଷାଦ ପଛରେ ରାଗିଂ, ପ୍ରେମରେ ବିଫତଳା, ନିଯୁକ୍ତି ନପାଇବା ଭଳି ଅନେକ କାରଣ ରହିଛି ।ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେବା ପୂର୍ବରୁ କିନ୍ତୁ ସେମାନେ ସଂକେତ ଦେଇଥାନ୍ତିି । ତେଣୁ ଆତ୍ମୀୟମାନେ ଟିକିଏ ସତର୍କ ରହିଲେ ଏହାକୁ କିଛି ମାତ୍ରାରେ ରୋକି ହେବ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।